ଆନ୍ଧ୍ରପ୍ରଦେଶ: ନିଜାମୁଦ୍ଦିନ୍ ମର୍କଜରେ ମୌଲାନା ସାଦ୍ ପାଇଁ ବିପଦରେ ଭାରତ । ଆଉ ଏବେ ଆନ୍ଧ୍ରାରେ ଜଣେ ପାଦ୍ରୀ ଭାରତ ସରକାରଙ୍କ ମୁଣ୍ଡବ୍ୟଥାର କାରଣ ସାଜିଛି ।
Andhra Pradesh: Police arrested a Pastor today for congregating 150 people amid lockdown for Palm Sunday prayers in a church in East Godavari district. #Covid_19 pic.twitter.com/Inm83FiBer
— ANI (@ANI) April 5, 2020
ରବିବାର ରାୟବରମ୍ ଗାଁରେ ଲକ୍-ଡାଉନ୍ ଘୋଷଣାକୁ ଖାତିର ନ କରି ଜଣେ ପାଦ୍ରୀ ଏକ ଧର୍ମସଭାର ଆୟୋଜନ କରିଥିଲେ । ପୂର୍ବ ଗୋଦାବରୀ ଜିଲ୍ଲାରେ ଖ୍ରୀଷ୍ଟଧର୍ମୀଙ୍କ ପବିତ୍ର ସପ୍ତାହ ଆରମ୍ଭ ହେଉଥିବାରୁ ଏକ ଚର୍ଚ୍ଚରେ ଏକାଠି ହୋଇଥିଲେ ୧୫୦ରୁ ଅଧିକ ଲୋକ ।
ସରକାରଙ୍କ ଘୋଷଣାନାମାକୁ ଅମାନ୍ୟ କରି ସଭା ଆୟୋଜନ କରିଥିବାରୁ ପାଦ୍ରୀ ନାତି ବିଜୟରତ୍ନମଙ୍କୁ ଆଇପିସି ଧାରା ୧୮୮ ଓ ୨୭୦, ମହାମାରୀ ଧାରା ୨ ଓ ୩ ଏବଂ ଡିଜାଷ୍ଟର ମ୍ୟାନେଜମେଣ୍ଟ ଧାରା ୫୧ ଅଧିନରେ ରାୟବରମ ପୋଲିସ ଗିରଫ କରିଛି ।
ସାରା ଦେଶରେ କୌଣସି ପ୍ରକାର ସଭା, ମିଟିଂ ଓ ଉତ୍ସବ ପାଳନ ବ୍ୟାନ ହୋଇଥିବାବେଳେ ୧୫୦ ରୁ ଅଧିକ ଲୋକ ଏକାଠି ହୋଇ ପ୍ରାର୍ଥନା ସଭାରେ ସାମିଲ ହେବା ଘଟଣାକୁ ଆନ୍ଧ୍ର ସରକାର ସହଜରେ ଗ୍ରହଣ କରିନି ।
Comments are closed.