Latest Odisha News

ଭୁବନେଶ୍ୱରର ୫ଟି ସ୍ଥାନରୁ ୮ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ଭୁବନେଶ୍ୱରରୁ ଗତ ୨୪ ଘଣ୍ଟା ମଧ୍ୟରେ ୧୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିସହିତ ୧୯ ଜଣ ସୁସ୍ଥ ହୋଇଛନ୍ତି।

ଏନେଇ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ଟ୍ବିଟ କରି ସୂଚନା ଦେଇଛି। ଏହି ନୂଆ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧରୁ କେବଳ ୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୮ ଲୋକାଲ୍ ମାମଲା ରହିଛି।

ଲୋକାଲ୍ କେସ୍ ମଧ୍ୟରେ ଫରେଷ୍ଟ ପାର୍କ ଅଞ୍ଚଳରୁ ୨, କଳିଙ୍ଗ ନଗରରୁ ୩, ଓଲ୍ଡ ଟାଉନ, ପୋଖରୀପୁଟ ଓ ରସୁଲଗଡ଼ ଅଞ୍ଚଳରୁ ଜଣେ ଲେଖାଏଁ ପଜିଟିଭ ଚିହ୍ନଟ ହୋଇଛନ୍ତି।

ଉଲ୍ଲେଖଯୋଗ୍ୟ, ଭୁବନେଶ୍ୱରରେ ମୋଟ୍ ଆକ୍ଟିଭ କେସ୍ ୨୦୦ ରହିଥିବା ବେଳେ ୩୧ ହଜାର ୨୧୨ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ମୃତ୍ୟୁ ମାମଲା ୨୪୨ରେ ପହଞ୍ଚିଛି। ମୋଟ ସଂକ୍ରମିତଙ୍କ ସଂଖ୍ୟା ୩୧,୬୭୫ରେ ପହଞ୍ଚିଛି।

Leave A Reply

Your email address will not be published.