Latest Odisha News

BREAKING NEWS

କନ୍ୟା ରାସ୍ତାର କଣ୍ଟା ସାଜିଲା କରୋନା

ସତନା(ମ.ପ୍ର): କରୋନରେ ସଂକ୍ରମିତ ହୋଇଥିଲା କନ୍ୟା । ସେପଟେ ସରିଥିଲା ବିବାହ । ଏପରି ସ୍ଥିତିରେ ବାଧ୍ୟ ହୋଇ ବିନା କନ୍ୟାରେ ଘରକୁ ବାହୁଡିଥିଲେ ବରପକ୍ଷ । ଏପରି ଏକ ଘଟଣାକୁ ନେଇ ବରପକ୍ଷ କୋକୁଆ ଭୟରେ ଥିବାବେଳେ ଚର୍ଚ୍ଚାକୁ ଆସିଛି ମଧ୍ୟପ୍ରଦେଶ ସତନା ଜିଲ୍ଲା ।

ସତନା ଜିଲ୍ଲାର ବାବୁପୁର ଗାଁରେ ଶନିବାର ଏକ ବିବାହ ସମାରୋହ ଅନୁଷ୍ଠିତ ହୋଇଥିଲା । ହେଲେ ଏହି ବିବାହ ପୂର୍ବରୁ ଅର୍ଥାତ ୪ତାରିଖରେ ବାବୁପୁର ଗାଁର ୪୨ଜଣଙ୍କର ସ୍ୱାବ୍ ଟେଷ୍ଟ ହୋଇଥିଲା । ଏଥିରେ ଜଣେ ଯୁବତୀଙ୍କର ନମୁନା ବି ସଂଗ୍ରହ ହୋଇଥିଲା । ସେହି ଯୁବତୀଙ୍କର ବିବାହ ଶନିବାର ୬ ତାରିଖରେ ଧାର୍ଯ୍ୟ ହୋଇଥିଲା ।

ବିବାହର ସମସ୍ତ ପ୍ରସ୍ତୁତି ସରିଥିଲାବେଳେ ବରପକ୍ଷ ଦ୍ୱାରଦେଶରେ ପହଂଚିଥିଲେ । ଯୋଜନା ଓ ମହୁରତ ଅନୁଯାୟୀ ଧୁମ୍‌ଧାମ୍‌ରେ ବିବାହ ହୋଇଥିଲା । ତେବେ ଗତକାଲି ସ୍ୱାସ୍ଥ୍ୟ ବିଭାଗ ବାବୁପୁର ଗାଁରେ ପହିଚିବା ପରେ ସମସ୍ତ ଗଣିତ ଭୁଲଭାଲ୍ ହୋଇଯାଇଥିଲା । ବିବାହ କରିଥିବା ଯୁବତୀଙ୍କ କରୋନା ରିପୋର୍ଟ ପଜିଟିଭ ବାହାରିଥିବା ଜଣାପଡିବା ପରେ ସ୍ଥାନୀୟ ଅଂଚଳରେ ଖେଳିଯାଇଥିଲା କୋକୁଆ ଭୟ । ବିବାହରେ ସାମିଲ ଥିବା ଲୋକଙ୍କ ସମେତ ବରଯାତ୍ରୀ ବି ହରଡଘଣାରେ ପଡିଥିଲେ ।

ଶେଷରେ ତରବରିଆ ଭାବେ ବିବାହିତ ଯୁବତୀଙ୍କୁ ହୋମ୍ କ୍ୱାରେଣ୍ଟାଇନ୍‌ରେ ରଖାଯାଇଥିଲା । ସେପଟେ ବିବାହ ସରିଥିଲେ ସୁଦ୍ଧା କନ୍ୟାକୁ ସାଥିରେ ନନେଇ ବରପକ୍ଷ ଖାଲି ହାତରେ ଘରକୁ ଫେରିବାକୁ ବାଧ୍ୟ ହୋଇଥିଲେ ।

Leave A Reply

Your email address will not be published.