Latest Odisha News

BREAKING NEWS

ସିଙ୍ଘୁ ସୀମାରେ ଚାଲିଥିବା କୃଷକ ଆନ୍ଦୋଳନରେ ଜଣେ କୃଷକଙ୍କ ମୃତ୍ୟୁ

ନୂଆଦିଲ୍ଲୀ: କୃଷି ଆଇନ ବିରୋଧରେ କୃଷକଙ୍କ ପ୍ରଦର୍ଶନ ଜାରି ରହିଛି। ଶୀତଦିନେ ମଧ୍ୟ ଆନ୍ଦୋଳନକାରୀ କୃଷକମାନେ ଦିଲ୍ଲୀ ସୀମାରେ ଠିଆ ହୋଇରହିଛନ୍ତି। ସୋନିପତ ସିଙ୍ଘୁ ସୀମାରେ ଚାଲିଥିବା କୃଷକ ଆନ୍ଦୋଳନରେ ଜଣେ କୃଷକଙ୍କ ମୃତ୍ୟୁ ଘଟିଛି। କୃଷକ ଆନ୍ଦୋଳନରେ ଟିଡିଆଇ ସିଟି ସମ୍ମୁଖରେ ଚାଷୀଙ୍କ ମୃତ୍ୟୁ ହୋଇଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଚାଷୀଙ୍କ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇଥିବା ସୂଚନା ମିଳିଛି।

କୁହାଯାଉଛି ଯେ ମୃତ କୃଷକଙ୍କ ନାମ ଅଜୟ ଏବଂ ତାଙ୍କୁ ୩୨ ବର୍ଷ ବୟସ। ସେ ସୋନିପତର ବରୋଦା ନିବାସୀ। ଅଜୟ ଏକ ଏକର ଜମିରେ କୃଷକ ଥିଲେ ଏବଂ ଚୁକ୍ତିନାମା ଅନୁଯାୟୀ ଜମି ନେଇ ଚାଷ କାର୍ଯ୍ୟ କରୁଥିଲେ। ସେ କୃଷକ ଆନ୍ଦୋଳନରେ ମଧ୍ୟ ଭାଗ ନେଇଥିଲେ। ରାତ୍ରି ଭୋଜନ ପରେ ସେ ଶୋଇଥିଲେ ଏବଂ ସକାଳେ ଉଠିନଥିଲେ ଏବଂ ଅତ୍ୟଧିକ ଥଣ୍ଡା ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବା ପରିବାର ସଦସ୍ୟ କହିଛନ୍ତି।

Leave A Reply

Your email address will not be published.