Latest Odisha News

BREAKING NEWS

୨୪ ଘଣ୍ଟାର‌େ ଦେଶରୁ ୩୧ ହଜାରରୁ ଅଧିକ କର‌ୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ କରୋନା ଟ୍ରେଣ୍ଡ ଖସୁଥିବା ବେଳେ ଦୈନିକ ଆକ୍ରାନ୍ତ ମଧ୍ୟ କମ୍ ଚିହ୍ନଟ ହେଉଛନ୍ତି ।

BjdElectrycity

ଗତ ୨୪ ଘଣ୍ଟାରେ ସାରା ଦେଶରୁ ୩୧ ହଜାର ୫୨୨ ନୂଆ ଆକ୍ରାନ୍ତ ଟଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୯୭ ଲକ୍ଷ ୬୭ ହଜାର ୩୭୨କୁ ବୃଦ୍ଧି ପାଇଛି ।

ସେହିପରି ଗତ ୨୪ ଘଣ୍ଟାରେ ଆଉ ୪୧୨ ଆକ୍ରାନ୍ତଙ୍କ ଜୀବନ ନେଇଛି ମହାମାରୀ । ଦେଶରେ କରୋନା ଜନିତ ମୃତ୍ୟୁସଂଖ୍ୟା ୧ ଲକ୍ଷ ୪୨ ହଜାର ୭୭୨କୁ ବୃଦ୍ଧି ପାଇଛି । ଦେଶରେ ମୃତ୍ୟୁହାର ରହିଛି ୧.୪୫% ।

ଆକ୍ଟିଭ୍ କେସ୍ ଲଗାତାର ହ୍ରାସ ପାଇବାରେ ଲାଗିଛି । ବର୍ତ୍ତମାନ କରୋନା ସକ୍ରିୟ ମାମଲା ୩ ଲକ୍ଷ ୭୨ ହଜାର ୨୯୩ ରହିଛି।

ଗତ ୨୪ ଘଣ୍ଟାରେ ୩୭ ହଜାର ୭୨୫ ଆକ୍ରାନ୍ତ କରୋନାରୁ ଆରୋଗ୍ୟ ଲାଭ କରିଛନ୍ତି । ଯାହାକୁ ମିଶାଇ ସୁସ୍ଥତାଙ୍କ ସଂଖ୍ୟା ୯୨ ଲକ୍ଷ ୫୩ ହଜାର ୩୦୬ କୁ ବୃଦ୍ଧି ପାଇଛି । ଆରୋଗ୍ୟ ହାର ୯୪.୭୪%କୁ ବୃଦ୍ଧି ପାଇଛି ।

Leave A Reply

Your email address will not be published.