Latest Odisha News

ଲଜ୍ଜା ! ମହିଳାଙ୍କ ସହ ଗଣଦୁଷ୍କର୍ମ କଲେ ୧୭ ଜଣ ମଦୁଆ

ରାଞ୍ଚି: ଝାଡ଼ଖଣ୍ଡରେ ଲଜ୍ଜା । ୫ଟି ପିଲାର ମାଆ ହୋଇଥିବା ଜଣେ ମହିଳାଙ୍କ ସହ ଗଣଦୁଷ୍କର୍ମ କରିଛନ୍ତି ୧୭ ଜଣ ମଦୁଆ । ଏଭଳି ନିନ୍ଦନୀୟ ଘଟଣା ଘଟିଛି ଡୁମକା ଜିଲ୍ଲାର ମୁଫାସିଲ ପୁଲିସ ଥାନା ଅଞ୍ଚଳର ଏକ ଗାଁରେ । ଅଭିଯୋଗ ପରେ ପୋଲିସ ତନାଘନା ତଦନ୍ତ ଆରମ୍ଭ କରିଛି ।

ଗତ ମଙ୍ଗଳବାର ରାତି ୮ଟା ବେଳେ ଏହି ଘଟଣା ଘଟିଥିଲା । ମହିଳା ଜଣଙ୍କ ତାଙ୍କ ସ୍ୱାମୀଙ୍କ ସହ ବଜାରରୁ ଫେରିବା ବେଳେ ସେମାନଙ୍କୁ ବାଟରେ ଅଟକାଇଥିଲେ ଦୁର୍ବୃତ୍ତ । ତାଙ୍କ ସ୍ୱାମୀଙ୍କ ପାଖରୁ ବଳପୂର୍ବକ ତାଙ୍କୁ ନେଇ ଯାଇଥିଲେ ।

ନିଛାଟିଆ ଜାଗାକୁ ନେଇ ଜଣଙ୍କ ପରେ ଜଣେ ତାଙ୍କ ସହ ଦୁଷ୍କର୍ମ କରିଥିବା ମହିଳା ଅଭିଯୋଗ ଆଣିଛନ୍ତି । ସମସ୍ତେ ମଦ ପିଇଥିବା ପୋଲିସକୁ କହିଛନ୍ତି ଅଭିଯୋଗକାରିଣୀ । ଏତଲା ଆଧାରରେ ପୋଲିସ ତୁରନ୍ତ ତଦନ୍ତ ଆରମ୍ଭ କରିଛି ।

ଏହି ଘଟଣାରେ ପୋଲିସ ଜଣେ ଅଭିଯୁକ୍ତକୁ ଗିରଫ କରିଛି । ତା ଜରିଆରେ ଅନ୍ୟ ୧୬ ଜଣଙ୍କୁ ଧରିବା ପାଇଁ ତନାଘନା ଚଳାଇଛି ପୋଲିସ । ମହିଳାଙ୍କ ଡାକ୍ତରୀ ମାଇନା କରାଯାଇଛି । ତଦନ୍ତ ଚାଲିଛି ଓ ସମସ୍ତ ଦୋଷୀଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ଛତିଶଗଡ଼ ଡିଆଇଜି କହିଛନ୍ତି ।

Leave A Reply

Your email address will not be published.