Latest Odisha News

BREAKING NEWS

ଓଡ଼ିଶାରେ ୨୦୦ ତଳକୁ ଖସିଲା ଦୈନିକ କରୋନା ସଂକ୍ରମଣ ମାମଲା

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କମିବାରେ ଲାଗିଛି ଦୈନିକ କରୋନା ସଂକ୍ରମଣ ମାମଲା। ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୧୯୨ ନୂଆ ଆକ୍ରାନ୍ତ ।

ସ୍ବାସ୍ଥ୍ୟ ବିଭାଗର ସୂଚନା ଅନୁଯାୟୀ କ୍ୱାରେଣ୍ଟାଇନରୁ ୧୦୯ ଓ ଲୋକାଲ କଣ୍ଟାକ୍ଟ କେସ୍ ରହିଛି ୮୩ଟି । ଷ୍ଟେଟ୍ ପୁଲକୁ ମିଶାଇ ୨୪ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ନୂଆ ସଂକ୍ରମିତ।

ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୩୩ ନୂଆ ଆକ୍ରାନ୍ତ ବାହାରିଛନ୍ତି । ତା’ ତଳକୁ ଅନୁଗୁଳ ଜିଲ୍ଲାରୁ ୨୪ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୦ ହଜାର ୩୦୯କୁ ବୃଦ୍ଧି ପାଇଛି । ବର୍ତ୍ତମାନ ସୁଦ୍ଧା ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୨୫ ହଜାର ୯୬୫ ସଂକ୍ରମିତ ।

Leave A Reply

Your email address will not be published.