Latest Odisha News

ଦେଶରୁ ୨୪ ଘଣ୍ଟାରେ ୧୩,୦୫୨ କରୋନା ପଜିଟିଭ୍, ୧୨୭ ମୃତ

ନୂଆଦିଲ୍ଲୀ: ଦେଶରେ ୧ କୋଟି ୭ ଲକ୍ଷରୁ ଅଧିକ ବ୍ୟକ୍ତି କରୋନା ସଂକ୍ରମିତ ରହିଛନ୍ତି। ଗତ ୨୪ ଘଣ୍ଟାରେ ସାରା ଦେଶରୁ ନୂଆ ୧୩ ହଜାର ୦୫୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିଲା ବେଳେ ସୁସ୍ଥ ହୋଇଛନ୍ତି ୧୩ ହଜାର ୯୬୫ ଆକ୍ରାନ୍ତ।

ଦେଶରେ କରୋନା ଆକ୍ରାନ୍ତଙ୍କ ମୋଟ୍ ସଂଖ୍ୟା ୧ କୋଟି ୦୭ ଲକ୍ଷ ୪୬ ହଜାର ୧୮୩କୁ ବୃଦ୍ଧି ପାଇଛି । ଏମାନଙ୍କ ଭିତରୁ ସୁସ୍ଥ ହୋଇଛନ୍ତି ୧ କୋଟି ୦୪ ଲକ୍ଷ ୨୩ ହଜାର ୧୨୫ ସଂକ୍ରମିତ।

ଦେଶରେ ସୁସ୍ଥହାର ରହିଛି ୯୬.୯୮% । ଏବେ ଦେଶରେ ୧ ଲକ୍ଷ ୬୮ ହଜାର ୭୮୪ ଆକ୍ଟିଭ୍ କେସ୍ ରହିଛି।

ଗତ ୨୪ ଘଣ୍ଟାରେ ମାହାମାରୀ ଦେଶରୁ ଆଉ ୧୨୭ ଜୀବନ ନେଇଛି । ଦେଶରେ କରୋନା ଜନିତ ମୃତ୍ୟୁସଂଖ୍ୟା ୧ ଲକ୍ଷ ୫୪ ହଜାର ୨୭୪ରେ ପହଞ୍ଚିଛି । ଯାହାକୁ ମିଶାଇ ମୃତ୍ୟୁହାର ରହିଛି ୧.୪୪%।

Comments are closed.