Latest Odisha News

BREAKING NEWS

ଟୁର୍ ଡି ଏକାମ୍ର: ସାଇକେଲ ଚାଳନା ଓ ପର୍ଯ୍ୟଟନକୁ ପ୍ରୋତ୍ସାହନ ପାଇଁ ଭୁବନେଶ୍ୱରରେ ମେଗା ସାଇକ୍ଲୋଥନ୍

ଭୁବନେଶ୍ୱର: ରାଜଧାନୀରେ ମେଗା ସାଇକ୍ଲୋଥନ୍ । ରାଜ୍ୟ ସରକାରଙ୍କ କ୍ରୀଡା ଓ ସଂସ୍କୃତି ବିଭାଗ ପକ୍ଷରୁ କରାଯାଇଛି ସାଇକ୍ଲୋଥନ ‘ଟୁର ଡି ଏକାମ୍ର’ । ସକାଳ ୭ଟାରେ କଳିଙ୍ଗ ଷ୍ଟାଡିୟମରୁ ଆରମ୍ଭ ହୋଇଥିଲା ଏହି ସାଇକ୍ଲୋଥନ୍ । ସାମିଲ ହୋଇଥିଲେ ଶତାଧିକ ଯୁବକ ଯୁବତୀ । ଗୋଟିଏ ଦଳ କଳିଙ୍ଗ ଷ୍ଟାଡିୟମରୁ ସାଇକେଲ ଯାତ୍ରାରେ ମୁକ୍ତେଶ୍ୱର ମନ୍ଦିର ଯାଏ ଯାଇଥିଲା ।

ଆଉ ଗୋଟିଏ ଦଳ ଚଉଷଠି ଯୋଗିନୀ ମନ୍ଦିର ଓ ଧଉଳିସ୍ତୁପ ଯାଏ ଯାଇଥିଲା । ଏହାକୁ ଉଦଘାଟନ କରିଥିଲେ ଶିଳ୍ପ ମନ୍ତ୍ରୀ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର, ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଏବଂ କ୍ରୀଡା ଓ ସଂସ୍କୃତି ସଚିବ ବିଶାଳ ଦେବ । ସାଇକେଲ ଚାଳନା ଓ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ ।

Leave A Reply

Your email address will not be published.