Latest Odisha News

BREAKING NEWS

କୋଭିଡ୍‌-୧୯; ଇଟାଲୀରେ ଆରମ୍ଭ ହେଲା ‘ସପୋର୍ଟ ବାସ୍କେଟ୍‌’ ଅଭିଯାନ !

ଇଟାଲୀ: କରୋନା ମହାମାରୀ ପାଇଁ ଦୁର୍ବିସହ ଅବସ୍ଥାରେ ଇଟାଲୀ । ତଥାପି ପରସ୍ପରକୁ ସହାୟତା କରିବାକୁ ଭୁଲି ନାହାନ୍ତି ଏଠିକାର ବାସିନ୍ଦା । ସାରା ବିଶ୍ୱ ସମେତ ସୋସିଆଲ୍ ମିଡିଆରେ ଏବେ ଇଟାଲୀର ସପୋର୍ଟ ବାସ୍କେଟ୍ ଅଭିଯାନ ଟ୍ରେଣ୍ଡ ସେଟର୍ ପାଲଟିଛି ।

ବିଶ୍ୱରେ କରୋନା ମହାମାରୀ ନିଜ ଔଦ୍ଧତ୍ୟତା ଜାରି ରଖିଛି । ସବୁଠୁ ଅଧିକ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି ବାସହୀନ ଓ ଗରିବ ଲୋକ । କିଛି ଏମିତି ପରିସ୍ଥିତି ଇଟାଲୀରେ ବି ଦେଖିବାକୁ ମିଳିଛି ।

ହେଲେ ଏଠିକାର ଲୋକେ ଗରିବ ଲୋକଙ୍କୁ ସହାୟତା କରିବା ଲାଗି ଏକ ନିଆରା ଅଭିଯାନ ଆରମ୍ଭ କରିଛନ୍ତି । ଯାହା ସୋସିଆଲ୍ ମିଡିଆରେ ‘ସପୋର୍ଟ ବାସ୍କେଟ୍‌’ ନାମରେ ଭାଇରାଲ୍ ହୋଇଛି ।

ଋଷିଆନ୍ ନ୍ୟୁଜ ଏଜେନ୍ସି RT ଅନୁଯାୟୀ ସଙ୍ଗରୋଧକୁ ଅବଲମ୍ବନ କରିବା ସହ ଅନେକ ଲୋକ ଗରିବଙ୍କୁ ସହାୟତା କରୁଛନ୍ତି । ପାଛିଆ କିମ୍ବା ଝୋଡିରେ ଖାଦ୍ୟ ରଖି ଘର ସାମ୍ନା କିମ୍ବା ବାଲକୋନୀ ତଳେ ଝୁଲାଇ ରଖୁଛନ୍ତି ।

ପ୍ରଥମେ ନେପଲ୍ସ ସହରରୁ ଆରମ୍ଭ ହୋଇଥିବା ‘ସପୋର୍ଟ ବାସ୍କେଟ୍‌’ ଅଭିଯାନ ଏବେ ସମଗ୍ର ଇଟାଲୀରେ ଦେଖାଦେଇଛି । ଇଟାଲୀରେ ଏକ ଲକ୍ଷରୁ ଅଧିକ କରୋନା ମାମଲା ସାମ୍ନାକୁ ଆସିଥିବାବେଳେ ଏବେ ବି ସ୍ୱାସ୍ଥ୍ୟ ବିଭାଗ ନିଜ ଲଢେଇ ଜାରି ରଖିଛି ।

Leave A Reply

Your email address will not be published.