Latest Odisha News

ଦେଶରେ ୨୫ ଲକ୍ଷ ଡେଇଁଲା ସଂକ୍ରମିତଙ୍କ ସଂଖ୍ୟା, ମୃତ୍ୟୁ ସଂଖ୍ୟା ପାଖାପାଖି ୫୦ ହଜାର

ନୂଆଦିଲ୍ଲୀ: ଦେଶରେ ଅସମ୍ଭାଳ କରୋନା ସ୍ଥିତି । ଦିନକୁ ଦିନ ଏହା ଅଣାୟତ୍ତ ହୋଇ ଚାଲିଛି । ଆଖି ପିଛୁଳାକେ ବଢ଼ି ଚାଲିଛି ସଂକ୍ରମିତଙ୍କ ସଂଖ୍ୟା । ସ୍ୱାସ୍ଥ୍ୟ ବିଭାଗର ସଦ୍ୟତମ ରିପୋର୍ଟ ଅନୁଯାୟୀ, ଭାରତରେ ୨୪ ଘଣ୍ଟାରେ ୬୩,୪୮୯ ଜଣ ସଂକ୍ରମିତ ହୋଇଥିବା ବେଳେ ୯୪୪ ଜଣଙ୍କର ଜୀବନ ଯାଇଛି ।

ହୁ ହୁ ହୋଇ ବଢି ଚଳିଛି ସଂକ୍ରମିତଙ୍କ ଗ୍ରାଫ । ଦେଖୁ ଦେଖୁ ଭାରତରେ ସଂକ୍ରମିତଙ୍କ ସଂଖ୍ୟା ୨୫,୮୯,୬୮୨ ଲକ୍ଷ ରେ ପହଞ୍ଚିଛି । ବର୍ତ୍ତମାନ ସୁଦ୍ଧା ଦେଶରେ ୬,୭୭,୪୪୪ ଟି ସକ୍ରିୟ ମାମଲା ରହିଥିବା ବେଳେ ୧୮,୬୨,୨୫୮ ଜଣ ସୁସ୍ଥ ହୋଇ ଘରକୁ ଫେରିଲେଣି । ଏହାସହ ମୋଟ ୪୯,୯୮୦ ଜଣଙ୍କର ମୃତ୍ୟୁ ରିପୋର୍ଟ ହୋଇଛି।

Leave A Reply

Your email address will not be published.