Latest Odisha News

BREAKING NEWS

ରାତିରେ ହେଲା ବିସ୍ଫୋରଣ, ଉଡ଼ିଲା ଘର

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ମକୁନ୍ଦପୁରରେ ବଡ଼ ଧରଣର ବିସ୍ଫୋରଣ । ଉଡ଼ିଗଲା ଘରର ଛାତ । ଆଖାପାଖରେ ଥିବା କୋଠା ଘର ବି କ୍ଷତିଗ୍ରସ୍ତ ହୋଇଛି । ଗତକାଲି ରାତିରେ ଏହି ବିସ୍ଫୋରଣ ହୋଇଛି । କେହି ମୃତାହତ ହୋଇ ନଥିବା ସୂଚନା ମିଳିଛି ।

ବାଣ ତିଆରି ବେଳେ ବିସ୍ଫୋରଣ ହୋଇଥିବା ସୂଚନା ମିଳିଛି । ଘଟଣା ପରେ ଘରେ ରହୁଥିବା ପରିବାର ଲୋକ ଫେରାର ହୋଇଯାଇଛନ୍ତି । ଘଟଣାସ୍ଥଳରେ ବେଗୁନିଆ ଦମକଳ ବାହିନୀ ଓ ପୋଲିସ ପହଞ୍ଚି ତଦନ୍ତ ଚଳାଇଛନ୍ତି ।

ତେବେ କେଉଁ କାରଣରୁ ଏହି ବିସ୍ଫୋରଣ ହେଲା ଖୋଳତାଡ ଜାରି ରହିଛି । ଘର ମାଲିକଙ୍କୁ ଖୋଜୁଛି ପୋଲିସ । ସେମାନଙ୍କୁ ଧରି ପଚରାଉଚରା କଲେ ପ୍ରକୃତ ଘଟଣା ସାମନାକୁ ଆସିବ ।

Leave A Reply

Your email address will not be published.