Latest Odisha News

BREAKING NEWS

ରାଉରକେଲାରେ ସେଲ୍ ପକ୍ଷରୁ କୋଭିଡ୍‌-୧୯ ଟେଷ୍ଟିଂ ଲ୍ୟାବ ଆରମ୍ଭ !

ଭୁବନେଶ୍ୱର: ଷ୍ଟିଲ୍ ଅଥରଟି ଅଫ୍ ଇଣ୍ଡିଆ ଉଦ୍ୟମରେ ଇସ୍ପାତ ଜେନେରାଲ ହସ୍ପିଟାଲରେ (IGH) କୋଭିଡ୍‌-୧୯ ଟେଷ୍ଟିଂ ଲ୍ୟାବ ପ୍ରତିଷ୍ଠା କରାଯାଇଛି । ଏହି ଲ୍ୟାବ୍ କରୋନା ମହାମାରୀ ବିରୋଧୀ ଲଢେଇରେ ଓଡିଶାକୁ ମଜବୁତ କରିବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ବୁଧବାର ସେଲ୍ ତରଫରୁ ଆରମ୍ଭ ହୋଇଥିବା ନୂଆ ଟେଷ୍ଟିଂ ଲ୍ୟାବରେ ନମୁନା ପରୀକ୍ଷଣ ଆରମ୍ଭ ହୋଇଯାଇଛି । ଆଇଜିଏଚରେ ଥିବା ଅତ୍ୟାଧୁନିକ ଟେଷ୍ଟିଂ ଲ୍ୟାବ କରୋନା ସଂକ୍ରମିତ ରୋଗୀଙ୍କୁ ଶୀଘ୍ର ଚିହ୍ନଟ କରିବା ତଥା ରୋଗକୁ ଚିହ୍ନଟ କରିବାରେ ସହାୟକ ହେବ ।

ଆଇଜିଏଚ୍ ହସ୍ପିଟାଲର ଡାକ୍ତର ଓ ପାରାମେଡିକମାନେ ଭୁବନେଶ୍ୱର ଏମ୍ସ ଓ ଆରଏମଆରସିରୁ ପ୍ରଶିକ୍ଷଣ ନେଇଛନ୍ତି । ରାଉରକେଲାର ହାଇଟେକ୍ ହସ୍ପିଟାଲ ଓ ସୁନ୍ଦରଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ କରୋନା ସନ୍ଧିଗ୍ଧଙ୍କ ନାକ ଓ ଗଳାରୁ ସ୍ୱାବ୍ ଅଣାଯାଇ ଆଇଜିଏଚ ହସ୍ପିଟାଲରେ ପରୀକ୍ଷଣ କରାଯିବ ।

Leave A Reply

Your email address will not be published.