Latest Odisha News

BREAKING NEWS

ଲକ୍‌-ଡାଉନ୍ ଅପରାଧ; ମଦ ଚୋରି ଅଭିଯୋଗରେ ୩ ଗିରଫ !

ରାଉରକେଲା: ବୁଧବାର ପ୍ଲାଣ୍ଟ ସାଇଟ୍ ପୋଲିସ ମଦ ଦୋକାନ ଭାଙ୍ଗି ଚୋରି କରିବା ଅଭିଯୋଗରେ ସେକ୍ଟର-୨୧ ଅଂଚଳରୁ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତଙ୍କଠାରୁ ୪ କାର୍ଟୁନ ମଦ ଓ ଚୋରିରେ ବ୍ୟବହାର ହୋଇଥିବା ଅଟୋରିକ୍ସାକୁ ପୋଲିସ ଜବତ କରିଛି ।

ସୋମବାର ରାତିରେ ୩ ଅଭିଯୁକ୍ତ ରାଉକେଲା ନୂଆବଜାରସ୍ଥିତ ମଦ ଦୋକାନରେ ଆଜବେଷ୍ଟସ ଭାଙ୍ଗି ପ୍ରବେଶ କରିଥିଲେ । ଦୋକାନରୁ ସର୍ବମୋଟ ୬ କାର୍ଟୁନ ମଦ ଚୋରି ହୋଇଥିଲାବେଳେ ସିସିଟିଭି ଫୁଟେଜ ଆଧାରରେ ଅଭିଯୁକ୍ତଙ୍କୁ ପୋଲିସ ଗୋପବନ୍ଧୁପାଲିରୁ ଗିରଫ କରିଥିଲା ।

ଗିରଫ ଅଭିଯୁକ୍ତ ଚନ୍ଦନ ମଣ୍ଡଳ, ଏସ୍‌.କେ ସଲମାନ ଓ ପ୍ରତାପ ଯାଦବ ଚୋରି ମଦରୁ କିଛି ବିକ୍ରିୟ କରିଥିଲାବେଳେ ଆଉ କିଛି ସେବନ କରିଥିଲେ ।

ପୂର୍ବରୁ ବେଆଇନ ମଦ ଚାଲାଣ ଅଭିଯୋଗରେ ୨୧୩ ଲିଟର ମଦ ସହ ୮ ଅଭିଯୁକ୍ତଙ୍କୁ ରାଉରକେଲା ଅବକାରୀ ବିଭାଗ ଗିରଫ କରିଥିଲା ।

Leave A Reply

Your email address will not be published.