Latest Odisha News

BREAKING NEWS

ଦେଶରେ ବଢୁଛି କରୋନା ଚିନ୍ତା: ୭ ଲକ୍ଷ ପାଖାପାଖି ପହଞ୍ଚିଲା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଦିନକୁ ଦିନ ଭାରତରେ ଗମ୍ଭୀର ହେଉଛି କରୋନା ସ୍ଥିତି । ହୁ ହୁ ହୋଇ ଦେଶର ସଂକ୍ରମିତଙ୍କ ସଂଖ୍ୟା ବଢି ଚାଲିଛି । ଗତ ୨୪ ଘଣ୍ଟାରେ ଭାରତରେ ୨୪,୨୩୮ ଜଣ ସଂକ୍ରମିତ ହୋଇଥିବା ବେଳେ ୪୨୫ ଜଣ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୬,୯୭,୪୧୩ ଛୁଇଁଥିବାନେଇ କେନ୍ଦ୍ରର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶ ।

ଏଯାବତ୍ କରୋନାରେ ସଂକ୍ରମିତ ହୋଇ ପ୍ରାୟ ୨,୫୩,୨୮୭ ଜଣ ବ୍ୟକ୍ତି ଚିକିତ୍ସିତ ହେଉଥିବା ବେଳେ ୧୯,୬୯୩ ଜଣ ପ୍ରାଣ ହରାଇଛନ୍ତି।
ଅନ୍ୟପଟେ ୪,୨୪,୪୩୩ ଜଣ ଚିକିତ୍ସିତ ରୋଗୀ ସୁସ୍ଥ ହୋଇ ଡିସଚାର୍ଜ ହୋଇଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶ କରାଯାଇଛି ।

ସେହିପରି ସଂକ୍ରମିତ ସଂଖ୍ୟାରେ ଚୀନକୁ ବି ଟପିଯାଇଛି ଦିଲ୍ଲୀ- ଏନସିଆର । ମହାରାଷ୍ଟ୍ରରେ ସଂକ୍ରମିତଙ୍କ ସଂଖ୍ୟା ସର୍ବାଧିକ ୨ ଲକ୍ଷ ଟପିଛି ।

Leave A Reply

Your email address will not be published.