ଭାରତରେ କାୟା ମେଲାଉଛି କରୋନା: ୨୪ ଘଣ୍ଟାରେ ୨୬୪୪ ନୂଆ ଆକ୍ରାନ୍ତ, ୮୩ ମୃତ

ନୂଆଦିଲ୍ଲୀ: ମହାମାରୀ କରୋନା ପ୍ରଭାବରେ ଭାରତ ଦ୍ରୁତ ଗତିରେ ସଂକ୍ରମିତ ହୋଇ ଚାଲିଛି। ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ ବଢୁଥିବା ବେଳେ ବର୍ତ୍ତମାନ ସୁଦ୍ଧା ଏହି ସଂଖ୍ୟା ୩୯,୯୮୦ ରେ ପହଞ୍ଚିଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି ।

ଏଥିସହିତ କରୋନାଭାଇରସ ସଂକ୍ରମଣରେ ଏପର୍ଯ୍ୟନ୍ତ ୧୩୦୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ, ୧୦୬୩୩ ଜଣ କରୋନା କବଳରୁ ସୁସ୍ଥ ହୋଇ ଘରକୁ ଫେରୁଥିବା ସରକାରୀ ରିପୋର୍ଟରେ ପ୍ରକାଶ ।

ଗତ ୨୪ ଘଣ୍ଟା ମଧ୍ୟରର ଭାରତରେ ୨୪ ଘଣ୍ଟାରେ ୨୬୪୪ ନୂଆ ଆକ୍ରାନ୍ତ ହୋଇଥିବା ବେଳେ ୮୩ ଜଣଙ୍କର ମୃତ ଘଟିଛି ।

ଭାରତର ମହାରାଷ୍ଟ୍ର ରାଜ୍ୟ କରୋନାରେ ସର୍ବାଧିକ । ସଦ୍ୟତମ ରିପୋର୍ଟ ଅନୁଯାୟୀ ମହାରାଷ୍ଟ୍ରରେ ଆକ୍ରାନ୍ତଙ୍କ ସଂଖ୍ୟା ୧୧୫୦୬ ଟପିଥିବା ବେଳେ ମୃତ୍ୟୁ ସଂଖ୍ୟା ୪୮୫ ଛୁଇଁଛି ।