ନୂଆଦିଲ୍ଲୀ: ଭାରତରେ କାୟା ବିସ୍ତାର କରିଚାଲିଛି କରୋନା ମହାମାରୀ । ରାଜ୍ୟ ପରେ ରାଜ୍ୟକୁ ଏହା ନିଜ କବଳକୁ ନେଇ ସାରିଛି । ଏହାର ପ୍ରଭାବରେ ଭାରତରେ ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି ।
ସ୍ୱାସ୍ଥ୍ୟ ବିଭାଗର ସଦ୍ୟତମ ସୂଚନା ଅନୁଯାୟୀ, ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୦୭୬୧୫ ରେ ପହଞ୍ଚିଥିବା ବେଳେ ୫୮୧୫ ଜଣଙ୍କର ମୃତ୍ୟୁ ଘଟିଛି ।
ଭାରତରେ ଏପର୍ଯ୍ୟନ୍ତ ୧୦୦୩୦୩ ଲୋକ ସୁସ୍ଥ ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ସୂଚନା ପ୍ରଦାନ କରିଛି ।
ଗତ ୨୪ ଘଣ୍ଟାରେ ୮୯୦୯ ଜଣ ବ୍ୟକ୍ତି ନୂଆକରି କରୋନା ଆକ୍ରାନ୍ତ ହୋଇଥିବା ବେଳେ ସର୍ବାଧିକ ୨୧୭ ଜଣ ପ୍ରାଣ ହରାଇଛନ୍ତି ।
ଦିଲ୍ଲୀ, ମୁମ୍ବାଇ, ଅହମଦାବାଦ ଓ ଚେନ୍ନାଇ ଭଳି ମହାନଗରରେ ସ୍ଥିତି ଉଦବେଗ ଜନକ । ମହାରାଷ୍ଟ୍ରରେ କରୋନା ସଂକ୍ରମିତ ଓ ମୃତ୍ୟୁ ସଂଖ୍ୟା ଅଧିକ ସର୍ବାଧିକ ରହିଛି ।
Comments are closed.