Latest Odisha News

BREAKING NEWS

ଗାଁରେ ନାହିଁ ନଳକୂପ: ପାଣି ଟୋପେ ପାଇଁ ଲାଗିଛି ଲମ୍ବା ଲାଇନ

ଯାଜପୁର: ଯାଜପୁର ଜିଲ୍ଲା ବିଂଝାରପୁର ବ୍ଲକ ବାଙ୍ଗରା ନୂଆକୂଳ ଯେନା ସାହିରେ ଦେଖାଦେଇଛି ଜଳକଷ୍ଟ ସମସ୍ୟା । ଗାଁରେ ଥିବା ସରକାରୀ ନଳକୂପ ଅଚଳ ହୋଇ ବର୍ଷ ବର୍ଷ ଧରି ପଡିରହିଛି । ପାଖ ଗାଁରୁ ଆସିଥିବା ପାଇପ ଜଳ ସମୁଦ୍ରକୁ ଶଙ୍ଖେ ସଦୃଶ ହୋଇଛି । ବର୍ଷ ବର୍ଷ ଧରି ଏଭଳି ସମସ୍ୟା ଭୋଗୁ ଥିବାରୁ ସ୍ଥାନୀୟ ଲୋକେ ପାଖ ଖରସ୍ରୋତା ନଦୀ ଜଳ ଉପରେ ନିର୍ଭର କରିଥାନ୍ତି ।

ପାଖାପାଖି ୧୦୦ ପରିବାର ପ୍ରତିଦିନ ଏମିତି ଦୁର୍ଦ୍ଧଶା ଭୋଗ କରୁଥିଲେ ମଧ୍ୟ ପ୍ରଶାସନ ପାଖରେ ଏହାର କୌଣସି ଖବର ନାହିଁ । ଏ ନେଇ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିବାରୁ ସମସ୍ୟାର ସମାଧାନ କରାଯିବ ବୋଲି ଜିଲାପାଳ ପ୍ରତିଶୃତି ଦେଇଥିବା କହିଛନ୍ତି ଗ୍ରାମବାସୀ ।

ବିଶୁଦ୍ଧ ପାନୀୟ ଜଳ ପାଇଁ ଲାଗିଛି ଲମ୍ବା ଲାଇନ । ଗାଁରେ ନାହିଁ ସରକାରୀ ନଳକୂପ । ଦୀର୍ଘ ବର୍ଷ ତଳୁ ଗାଁର ଥିବା ଏକ ସରକାରୀ ନଳକୂପ ଅଚଳ ହୋଇଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଏହା ସଜଡା ହୋଇପାରିନି । ପଂଳରେ ବାଧ୍ୟ ହୋଇ ଲୋକେ ପାଖ ଖରସ୍ରୋତା ନଦୀ ଉପରେ ନିର୍ଭର କରୁଛନ୍ତି ।

ଗାଁର ନଳକୂପରୁ ମଧୁର ଜଳ ନ ବାହାରିବାରୁ ଏହା ବ୍ୟବହାର ଅନୁପଯୋଗୀ ହୋଇଯାଇଥିଲା । ପଡୋଶୀ ବାଙ୍ଗରା ଗାଁରୁ ପାଇପ ଯୋଗେ ପାଣି ଆସୁଛି ସତ କିନ୍ତୁ ତାହା ସମୁଦ୍ରକୁ ଶଙ୍ଖେ ସଦୃଶ । ଗୋଟିଏ ବାଲ୍ଟି ପାଣିପାଇଁ ଯାଉଛି ଗୋଟିଏ ଦିନର ସମୟ।

ସମସ୍ୟା ଦିନ କି ମାସେର ନୁହେଁ ପ୍ରତିବର୍ଷ ଏହିଭଳି ସମସ୍ୟା ଦେଖାଦେଉଛି । ପ୍ରତିବର୍ଷ ପ୍ରଶାସନର ଦୃଷ୍ଟି ଆକର୍ଷଣ କଲେ ସମାଧାନ ହେବାର ପ୍ରତିଶୃତି ମିଳେ ସତ କିନ୍ତୁ ପୁରଣ ହୋଇପାରୁନଥିବା କହିଛନ୍ତି ଗ୍ରାମବାସୀ। ଖରାଦିନ ଯାଇ ବର୍ଷା ଆସେ ସମସ୍ୟା ଯେଉଁଠି କି ସେଇଠି ରହିଯାଏ । ପାଣି ଟୋପେ ପାଇବା ପାଇଁ ଲୋକେ ଡହଳ ବିକଳ ହେଉଥିବା ଅଭିଯୋଗ ହେଉଛି।

ମହିଳା ମାନେ ପାଖ ନଦୀରୁ ପାଣି ଆଣି ଘରର କାମ କରନ୍ତି । ଅନେକ ସମୟରେ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଥିବାର ନଜିର ମଧ୍ୟ ରହିଛି । ଏତେପରେ ବି ସମସ୍ୟା ସଂପର୍କରେ ଜିଲା ପ୍ରଶାସନ ପାଖରେ କୌଣସି ଖବର ନାହିଁ । ପାନୀୟ ଜଳ ଜନିତ ସମସ୍ୟା ପାଇଁ ଡିଏମଏପଂ ପାଣ୍ଠିରୁ ଟଙ୍କା ଖର୍ଚ୍ଚ ହେଉଛି ଏହି ଗାଁର ସମସ୍ୟା ନଜର କୁ ଆସିନଥିଲା ତେବେ ଏହା ଆଗାମୀ ଦିନରେ ସମାଧାନ କରାଯିବ ବୋଲି ଜିଲାପାଳ ପ୍ରତିଶୃତି ଦେଇଛନ୍ତି ।

Leave A Reply

Your email address will not be published.