Latest Odisha News

BREAKING NEWS

ଚିନ୍ତା ବଢ଼ାଉଛି କରୋନା: ଦେଶରେ ୨୪ ଘଣ୍ଟାରେ ୨୦ ହଜାରରୁ ଉର୍ଦ୍ଧ୍ବ ଆକ୍ରାନ୍ତ

ନୂଆଦିଲ୍ଲୀ: ଅନେକ ସଂକ୍ରମିତ ଦେଶକୁ ପଛରେ ଛାଡି ଆଗକୁ ଆଗକୁ ମାଡି ଚାଲିଛି ଭାରତ। ଭାରତରେ ତାଣ୍ଡବ ରଚିଲାଣି କରୋନା ମହାମାରୀ। ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ସର୍ବାଧିକ ୨୦,୯୦୩ ଜଣ କରୋନା ଆକ୍ରାନ୍ତ । ଅନ୍ୟପଟେ ୨୪ ଘଣ୍ଟାରେ କରୋନା ନେଲାଣି ୩୭୯ ଜଣଙ୍କ ଜୀବନ।

ବର୍ତ୍ତମାନ ସୁଦ୍ଧା ଭାରତରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬,୨୫,୫୪୪ ରେ ପହଞ୍ଚିଥିବା ବେଳେ ମୃତ୍ୟୁ ସଂଖ୍ୟା ୧୮୨୧୩ ଜଣଙ୍କର ପ୍ରାଣ ହରାଇଛନ୍ତି ।

ଅନ୍ୟପଟେ ଭାରତରେ ସକ୍ରିୟ କରୋନା ରୋଗୀଙ୍କ ସଂଖ୍ୟା ୨,୨୭,୪୩୯ ରହିଥିବା ବେଳେ ସୁସ୍ଥ ହେଲେଣି ୩,୭୯,୮୯୨ ଜଣ ଆକ୍ରାନ୍ତ।

ବିଶ୍ୱବ୍ୟାପୀ ପ୍ରାୟ ୧୦,୬୯୪,୨୮୮ରୁ ଅଧିକ ବ୍ୟକ୍ତି ସଂକ୍ରମିତ ହୋଇଛନ୍ତି। ଜନ ହପକିନ୍ସ ଯୁନିଭର୍ସିଟିର ରିପୋର୍ଟ ଅନୁଯାୟୀ କରୋନାଭାଇରସରେ ସଂକ୍ରମିତ ୧୮୮ରୁ ଅଧିକ ଦେଶରେ ଏଯାବତ ୧ କୋଟିରୁ ଉର୍ଦ୍ଧ୍ବ ବ୍ୟକ୍ତି ଆକ୍ରାନ୍ତ ହୋଇଥିବା ବେଳେ ପ୍ରାୟ ୫ ଲକ୍ଷ ୧୬ ହଜାର ୨୧୦ରୁ ଅଧିକ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି।

Leave A Reply

Your email address will not be published.