ନୂଆଦିଲ୍ଲୀ: ମହାମାରୀ କରୋନା ପ୍ରଭାବରେ ଭାରତ ଦ୍ରୁତ ଗତିରେ ସଂକ୍ରମିତ ହୋଇ ଚାଲିଛି। ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ ବଢୁଥିବା ବେଳେ ବର୍ତ୍ତମାନ ସୁଦ୍ଧା ଏହି ସଂଖ୍ୟା ୩୫,୦୪୩ ରେ ପହଞ୍ଚିଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି ।
ଏଥିସହିତ କରୋନାଭାଇରସ ସଂକ୍ରମଣରେ ଏପର୍ଯ୍ୟନ୍ତ ୧୧୪୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ, ୭୬୯୫ ଜଣ କରୋନା କବଳରୁ ସୁସ୍ଥ ହୋଇ ଘରକୁ ଫେରୁଥିବା ସରକାରୀ ରିପୋର୍ଟରେ ପ୍ରକାଶ ।
ଭାରତର ମହାରାଷ୍ଟ୍ର ରାଜ୍ୟ କରୋନାରେ ସର୍ବାଧିକ । ସଦ୍ୟତମ ରିପୋର୍ଟ ଅନୁଯାୟୀ ମହାରାଷ୍ଟ୍ରରେ ଆକ୍ରାନ୍ତଙ୍କ ସଂଖ୍ୟା ୯୯୧୫ ଟପିଥିବା ବେଳେ ମୃତ୍ୟୁ ସଂଖ୍ୟା ୪୩୨ ଛୁଇଁଛି ।
ଭାରତରେ ବର୍ତ୍ତମାନ ସୁଦ୍ଧା ୨୫୦୦୭ ଟି ସକ୍ରିୟ ମାମଲା ରହିଥିବା ବେଳେ ୮୮୮୯ ଜଣ ବ୍ୟକ୍ତି ଆରୋଗ୍ୟ ଲାଭ କରିଛନ୍ତି ।
Comments are closed.