Latest Odisha News

BREAKING NEWS

ଭାରତରେ ଗମ୍ଭୀର ହେଉଛି ସ୍ଥିତି: ୨୪ ଘଣ୍ଟାରେ ସର୍ବାଧିକ ୪୦୭ ମୃତ, ୧୭ ହଜାରରୁ ଉର୍ଦ୍ଧ୍ବ ଆକ୍ରାନ୍ତ

ନୂଆଦିଲ୍ଲୀ: ଦିନକୁ ଦିନ ଭାରତରେ ଗମ୍ଭୀର ହେଉଛି କରୋନା ସ୍ଥିତି । ହୁ ହୁ ହୋଇ ଦେଶର ସଂକ୍ରମିତଙ୍କ ସଂଖ୍ୟା ବଢି ଚାଲିଛି । ଗତ ୨୪ ଘଣ୍ଟାରେ ଭାରତରେ ସର୍ବାଧିକ ୧୭,୨୯୬ ଜଣ ସଂକ୍ରମିତ ହୋଇଥିବା ବେଳେ ୪୦୭ ଜଣ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୪,୯୦,୪୦୧ ଛୁଇଁଥିବାନେଇ କେନ୍ଦ୍ରର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶ ।

ଏଯାବତ୍ କରୋନାରେ ସଂକ୍ରମିତ ହୋଇ ପ୍ରାୟ ୧,୮୯,୪୩୬ ଜଣ ବ୍ୟକ୍ତି ଚିକିତ୍ସିତ ହେଉଥିବା ବେଳେ ୧୫୦୧ ଜଣ ପ୍ରାଣ ହରାଇଛନ୍ତି।
ଅନ୍ୟପଟେ ୨,୮୫,୬୩୭ ଜଣ ଚିକିତ୍ସିତ ରୋଗୀ ସୁସ୍ଥ ହୋଇ ଡିସଚାର୍ଜ ହୋଇଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶ କରାଯାଇଛି ।

ସେହିପରି ସଂକ୍ରମିତ ସଂଖ୍ୟାରେ ଆଉ କିଛି ଦିନ ଭିତରେ ଚୀନକୁ ବି ଟପିଯିବ ଦିଲ୍ଲୀ-ଏନସିଆର । ବର୍ତ୍ତମାନ ଦିଲ୍ଲୀ- ଏନସିଆରରେ ପାଖାପାଖି ୮୨ ହଜାର ଲୋକ ସଂକ୍ରମିତ ହୋଇଛନ୍ତି । ଯେଉଁଠି ଚୀନରେ ପଜିଟିଭ୍ ସଂଖ୍ୟା ରହିଛି ୮୩ ହଜାର ୪୬୨ ।

Leave A Reply

Your email address will not be published.