Latest Odisha News

BREAKING NEWS

ଭ୍ୟାକସିନ୍ କାଉଣ୍ଟଡାଉନ୍: ଟିକାକରଣର ୨-୩ ଦିନ ପୂର୍ବରୁ ଓଡ଼ିଶା ଆସିପାରେ କୋଭିଡ୍ ଟିକା

ଭୁବନେଶ୍ୱର: ଦେଶରେ ଆସନ୍ତା ୧୬ ତାରିଖରୁ ଆରମ୍ଭ ହେବ କୋଭିଡ୍ ଟିକାକରଣ । ତାର ଦୁଇ ତିନି ଦିନ ପୂର୍ବରୁ ଓଡ଼ିଶାକୁ ଆସିପାରେ ଭ୍ୟାକସିନ୍ । ଏଥିପାଇଁ ତୟାର ଅଛନ୍ତି ସରକାର । ରାଜ୍ୟର ୧୬୦ଟି ସ୍ଥାନରେ ଟିକାକରଣ ହେବ । ଦୁଇଟି ଜାଗାରେ ଟୁଓଏ କମ୍ୟୁନିକେସନ ରହିବ । DHH ସୁନ୍ଦରଗଡ଼ ଓ କ୍ୟାପିଟାଲ ହସ୍ପିଟାଲରେ ରହିବ ଏହି ବ୍ୟବସ୍ଥା । ଏହି ୨ଟି ସ୍ଥାନରୁ କେନ୍ଦ୍ର ସ୍ୱାସ୍ଥ୍ୟା ମନ୍ତ୍ରାଳୟ ଫିଡବ୍ୟାକ ନେଇପାରିବେ ।

ଟିକାକରଣ ସୁପରିଚାଳନା ପାଇଁ ଷ୍ଟେଟ ମନିଟରିଂ ଟିମ୍ ଗଠନ ହୋଇଛି । କୋରୋନା ଟିକାକରଣ ପାଇଁ ପୋଲିଓ ଟିକାକରଣ କାର୍ୟ୍ୟକ୍ରମ ସ୍ଥଗିତ । ୧୭,୧୮ ଓ ୧୯ରେ ହେବାକୁ ପୋଲିଓ ଟିକାକରଣ କାର୍ୟ୍ୟକ୍ରମ ସ୍ଥଗିତ । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀଙ୍କ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.