Latest Odisha News

BREAKING NEWS

ଇଟାଲିୟାନ ସାହିତ୍ୟରେ ଓଡ଼ିଆ କବିଙ୍କ କବିତା

ଭବାନୀପାଟଣା : କବି ଭବାନୀଶଙ୍କର ନିଆଲ ଲେଖିଥିବା ଦୁଇଟି କବିତା ଇଟାଲିୟାନ ଭାଷାରେ ଅନୁଦିତ ହେବା ପରେ ସେ ଇଟାଲୀର ସାହିତ୍ୟ ଜଗତରେ ଆଲୋଡନ ସୃଷ୍ଟି କରିଛନ୍ତି । ଏ ସଂପର୍କରେ ଖବର ମିଳିବା ପରେ ରାଜ୍ୟର ସାହିତ୍ୟିକ ଓ ଶ୍ରୀ ନିଆଲଙ୍କ ଶୁଭେଚ୍ଛୁ ମହଲରେ ଖୁସିର ଲହରୀ ଖେଳିଯାଇଛି । କରୋନା ଜନିତ ଲକଡାଉନ୍ ବେଳେ ସେ ଲେଖିଥିବା ଦୁଇଟି ମର୍ମସ୍ପର୍ଶୀ କବିତାର ଇଂରାଜୀ ଅନୁବାଦ ସାମାଜିକ ଗଣମାଧ୍ୟମରେ ବେଶ୍ ଚର୍ଚ୍ଚିତ ହୋଇଥିବା ବେଳେ ଏହି କବିତାର ଭାବାବେଗ ଓ ସାହିତ୍ୟିକ ମୂଲ୍ୟବୋଧରେ ପ୍ରଭାବିତ ହୋଇ ଇଟାଲୀର ଖ୍ୟାତନାମା ଲେଖିକା ଇମାନୁଏଲ୍ ରିଜ୍ଜୋ ଏହାକୁ ଇଟାଲିୟାନ ଭାଷାରେ ଅନୁବାଦ କରିଛନ୍ତି ।

ଶ୍ରୀ ନିଆଲ ହିନ୍ଦୀ ଓ ଓଡ଼ିଆ ସାହିତ୍ୟରେ ଦୀର୍ଘ ଦୁଇ ଦଶନ୍ଧୀ ଧରି ସକ୍ରିୟ ରହିବା ସହିତ ଏକାଧିକ ପୁସ୍ତକର ଲେଖକ ଓ ସମ୍ଭ୍ରାନ୍ତ ସାହିତ୍ୟ ପତ୍ରିକା ମହୁରିର ମୁଖ୍ୟ ସଂପାଦକ ଭାବେ ଓଡ଼ିଆ ସାହିତ୍ୟର ଜଣେ ଆଗଧାଡ଼ିର କବି ଓ ସାହିତ୍ୟ ସଂଗଠକ ଭାବେ ସୁପରିଚିତ । ଏଥର ସେ ଅନ୍ତର୍ଜାତୀୟ ସ୍ତରରେ ଖ୍ୟାତି ଅର୍ଜନ କରିଛନ୍ତି ।

 

Leave A Reply

Your email address will not be published.