ଭୁବନେଶ୍ୱର: କୋଭିଡ ନିୟମ ଉଲ୍ଲଙ୍ଘନ ଅଭିଯୋଗରେ ରାଜଧାନୀର ବ୍ଲୁ ହ୍ୱିଲ୍ ହସ୍ପିଟାଲ ସିଲ୍ ହେବା ପରେ ଅନ୍ୟ ବେସରକାରୀ ହସ୍ପିଟାଲ ଉପରେ ଚଢ଼ାଉ ଆରମ୍ଭ ହୋଇଛି । ଆଜି ଭୁବନେଶ୍ୱରର କିଛି ନର୍ସିଂ ହୋମ୍ ଓ ବେସରକାରୀ ହସ୍ପିଟାଲ ଉପରେ ରେଡ୍ କରାଯାଇଛି । ପୋଲିସ, ବିଏମ୍ସି ଅଧିକାରୀ ଏବଂ ସ୍ୱାସ୍ଥ୍ୟ ଅଧିକାରୀଙ୍କ ମିଳିତ ଟିମ୍ ଏହି ଅଚାନକ ଚଢ଼ାଉ କରିଥିଲେ । ରାଜ୍ୟ ସରକାର ଏବଂ କୋଭିଡ-୧୯ ଗାଇଡଲାଇନ୍ ଉଲ୍ଲଙ୍ଘନ ହୋଇଛି କି ନାହିଁ ତାର ତଦାରଖ କରିଛନ୍ତି ।
ସେହିପରି ଖୋର୍ଦ୍ଧ ଏବଂ ଜଟଣୀରେ ବିଭିନ୍ନ ନର୍ସିଂହୋମ୍ ଉପରେ ମଧ୍ୟ ଚଢ଼ାଉ ହୋଇଛି । କୋଭିଡ ନିୟମକୁ ଖୋଲାଖୋଲି ଉଲ୍ଲଙ୍ଘନ କରୁଥିବା ଅଭିଯୋଗରେ ଏହି ଚଢ଼ାଉ ହୋଇଛି । ମେଡିକାଲ ଟିମ୍ ଓ ତହସିଲଦାର ମିଳିତ ଭାବେ ପ୍ରାରମ୍ଭିପକ ପର୍ଯ୍ୟାୟରେ ୩ଟି ନର୍ସିଂ ହୋମ୍ ଉପରେ ଚଢ଼ାଉ କରିଥିଲେ ।
କୌଣସି ନର୍ସିଂ ହୋମରେ କୋଭିଡ ନିୟମ ପାଳନ ହେଉ ନଥିବା ଦେଖାଯାଇଥିଲା। ଆସୁଥିବା ରୋଗୀ କିମ୍ବା ସମ୍ପର୍କୀୟଙ୍କ ବିବରଣୀ ନଥିଲା। ରୋଗୀଙ୍କ ବେଡ଼ ମଧ୍ୟରେ ଦୂରତା କିମ୍ବା ମାସ୍କ ନ ଥିଲା। କୋଭିଡ ନିୟମ ଠିକ ଭାବରେ ପାଳନ ନକଲେ କାର୍ଯ୍ୟ।ନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରଶାସନିକ ଅଧିକାରୀ କହିଛନ୍ତି।
Comments are closed.