Latest Odisha News

BREAKING NEWS

ଗୋବରରେ ତିଆରି ହେଲା ଚିପ୍ସ, ଆସନ୍ତୁ ଜାଣିବା ଏହାର ଫାଇଦା

ନୂଆଦିଲ୍ଲୀ: ରାଷ୍ଟ୍ରୀୟ କାମଧେନୁ ଆୟୋଗ ଗୋବରରେ ଚିପ୍ସ ତିଆରି କରିବାରେ ସଫଳ ହୋଇଛନ୍ତି । ଏହାର ଚେୟାରମ୍ୟାନ ବଲ୍ଲବଭାଇ କଠିରିଆ ମଙ୍ଗଳବାର ଏ ନେଇ ଗଣମାଧ୍ୟମକୁ ଜଣାଇଥିଲେ । ଚିପର ନାମ ଗୌସତ୍ୱ ରଖାଯାଇଛି । ମୋବାଇଲ ଫୋନରେ ଏହାକୁ ବ୍ୟବହାର କଲେ ଏହାର ରେଡିଏଶନ କବଳରୁ ରକ୍ଷା କରିଥାଏ ବୋଲି କଠିରିଆ କହିଛନ୍ତି । ରାଜକୋଟର ଶ୍ରୀଜି ଗୌଶାଳା ଏହାକୁ ନିର୍ମିତ କରିଛି ।

ସେହିପରି ଆଗାମୀ ଦୀପାବଳୀରେ ଚୀନ ନିର୍ମିତ ଦୀପ ବ୍ୟବହାର ନ କରିବାକୁ ସେ ପରାମର୍ଶ ଦେଇଛନ୍ତି । ଏହା ବଦଳରେ ଗୋବରରେ ନିର୍ମିତ ଦୀପ ବ୍ୟବହାର କରିବାକୁ ସେ କହିଛନ୍ତି । ସ୍ୱଦେଶୀ ମୁଭମେଂଟ ଓ ମେକ ଇନ ଇଣ୍ଡିଆ କନସର୍ଟକୁ ଏହି ଭଳି ଉତ୍ପାଦ ମଜଭୁତ କରିବ ବୋଲି ସେ କହିଛନ୍ତି ।

Leave A Reply

Your email address will not be published.