ଜ୍ଞାନ ରଞ୍ଜନ କର
ପାହାଡ଼ ଅଗର ଫୁଲଟିଏ ମୁଁ,
ଦୂରରୁ ସମସ୍ତଙ୍କୁ ଆକର୍ଷିତ କରେ,
ହେଲେ ପାଖକୁ ଆସନ୍ତିନି କେହି।
ନାଗସର୍ପର ସର୍ବୋତ୍କୃଷ୍ଟ ବିଷ ମୁଁ,
ମୋତେ ଲୋକ ପୂଜା କରନ୍ତି,
ଆଉ ଦଂଶନକୁ ଭୟ ବି।
ପଙ୍କ ପୋଖରୀର ପଦ୍ମଟିଏ ମୁଁ,
ମୁଁ ସଭିଙ୍କ ପସନ୍ଦ,
ହେଲେ ସମସ୍ତେ ପଙ୍କକୁ ଡରନ୍ତି।
ହିମାଳୟ ଶିଖରର ବରଫ ମୁଁ,
ଥଣ୍ଡା ତ ବହୁତ,
ହେଲେ ଖସିପଡ଼େ ଜଲଦି।
ଆଗ୍ନେୟ ଗିରିର ଲାଭା ମୁଁ,
ଆଲୋକ ଦିଏ, ଶକ୍ତି ଦିଏ,
ଜାଳିଦିଏ ବୋଲି ଦୂରରେ ରହେ।।
ମୁଁ ସର୍ବୋତ୍କୃଷ୍ଟ ଆଉ ଦୁଷ୍ପ୍ରାପ୍ୟ,
ମୁଁ ଆଶା ତ ସମସ୍ତଙ୍କର ହେଲେ ଯୋଗ୍ୟତା କାହାର ନାହିଁ।।
ମୁଁ ନିସଙ୍ଗ, ଏଥିପାଇଁ ନୁହେଁ ଯେ ମୋତେ କେହି ଭଲ ପାଆନ୍ତିନି, ଏଥିପାଇଁ କାରଣ ମୋତେ ପାଇପାରନ୍ତିନି।
ମୁଁ ବି ଚାହେଁ ପ୍ରେମ, ସାନ୍ନିଧ୍ୟ, ହେଲେ ଏକୁଟିଆ।
କାରଣ ମୁଁ ସଫଳ, ଯାହାର ସଫଳତା ପ୍ରେରଣା ଦେଇପାରେ, ପ୍ରେମ ନୁହେଁ ।
ହାଣ୍ଡିଭଙ୍ଗା, ଅସୁରେଶ୍ବର, କଟକ