Latest Odisha News

BREAKING NEWS

ଅପରେସନ୍‌ ଗୋ ରକ୍ଷକ: ଗୋ ମାଫିଆଙ୍କ ଆକାଉଣ୍ଟ ଓ ଲକର ହେଲା ଫ୍ରିଜ

କେନ୍ଦୁଝର: କେନ୍ଦୁଝର ପୋଲିସ ପକ୍ଷରୁ ଗିରଫ ଗୋ ମାଫିଆଙ୍କ ବ୍ୟାଙ୍କ ଆକାଉଣ୍ଟ ଓ ଲକର ଯାଞ୍ଚ ଓ ଫ୍ରିଜ କରାଯାଉଛି । ଗୁରୁବାର ପ୍ରଥମେ ଦିନର ପ୍ରାପ୍ତ ସୂଚନା ଅନୁସାରେ କେନ୍ଦୁଝରର ଟାଉନ, ତେଲକୋଇ ଓ ଘଟଗାଁ ଥାନା ଅଞ୍ଚଳର ବିଭିନ୍ନ ବ୍ୟାଙ୍କରେ ଗୋ ମାଫିଆଙ୍କ ସମୁଦାୟ ୧୫ ଟି ବ୍ୟାଙ୍କ ଏକାଉଣ୍ଟକୁ ଫ୍ରିଜ କରିଛି କେନ୍ଦୁଝର ପୋଲିସ ।

ଖବରମୁତାବକ, ମଣ୍ଟୁର ୟୁନିୟନ ବ୍ୟାଙ୍କରେ ଆକାଉଣ୍ଟରେ ଥିବା ୬୬ ହଜାର ଟଙ୍କାକୁ ପୋଲିସ୍ ଫ୍ରିଜ କରିଛି । ଏହା ସହ ତେଲକୋଇ ଥାନା ଅନ୍ତର୍ଗତ ଚନ୍ଦ୍ରଶେଖର ପୁର ଗାଁର ପ୍ରଦ୍ୟୁମ୍ନ ମିଶ୍ର ଓ ତାଙ୍କ ସାନ ଭାଇ ପ୍ରତାପ ମିଶ୍ର ଓ ପ୍ରଦ୍ୟୁମ୍ନଙ୍କ ପୁଅ ରାକେଶ ମିଶ୍ରଙ୍କ ଷ୍ଟେଟ ବ୍ୟାଙ୍କ ଓ ସମବାୟ ବ୍ୟାଙ୍କର ସମୁଦାୟ ଛଅଟି ଏକାଉଣ୍ଟକୁ ଫ୍ରିଜ କରାଯାଇଛି। ସେହିପରି ଘଟଗାଁ ଏସବିଆଇରୁ ୧ଟି, ଢେଙ୍କିକୋଟ ୟୁନିୟନ ବ୍ୟାଙ୍କରୁ ୪ଟି ଓ ଢେଙ୍କିକୋଟ ବିଓଆଇ ବ୍ୟାଙ୍କରୁ ୩ଟି ଆକାଉଣ୍ଟ୍ ମିଶି ମୋଟ୍ ୮ଟି ଆକାଉଣ୍ଟକୁ ଫ୍ରିଜ୍ ହୋଇଛି ।

Leave A Reply

Your email address will not be published.