Latest Odisha News

BREAKING NEWS

ରାତି ୯ଟାରୁ ଆରମ୍ଭ ହେବ ବାତ୍ୟାର ଲାଣ୍ଡଫଲ ପ୍ରକ୍ରିୟା

ଭୁବନେଶ୍ୱର: ଆଜି ରାତି ୯ଟାରୁ ୧୦ଟା ମଧ୍ୟରେ ଆରମ୍ଭ ହେବ ବାତ୍ୟା ଗୁଲାବର ଲାଣ୍ଡଫଲ ପ୍ରକ୍ରିୟା । ଏହି ପ୍ରକ୍ରିୟା ୨-୩ ଘଣ୍ଟା ଧରି ଚାଲିବ । ଲାଣ୍ଡଫଲ ସମୟରେ ପବନର ବେଗ ୭୫ ରୁ ୮୫ ଓ ସମୟ ସମୟରେ ୯୫ କିଲୋମିଟର ଝଟକା ପବନ ରହିବ ।

ସ୍ଥଳଭାଗ ଛୁଇଁବାବେଳେ ଗଞ୍ଜାମ ଓ ଗଜପତି ବିଶେଷ ପ୍ରଭାବିତ ହୋଇପାରେ । ଏହି ଜିଲ୍ଲାରେ ଘଣ୍ଟାପ୍ରତି ୭୫ ରୁ ୮୫ କିଲୋମିଟର ରହିବ ପବନର ବେଗ । ଏହି ସୂଚନା ଦେିଛି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ବାତ୍ୟା ପ୍ରଭାବରେ ଆକସ୍ମିକ ବନ୍ୟା, ଭୂସ୍ଖଳନ ସମ୍ଭାବନା ରହିଛି । ପୁରୀ, ଖୋର୍ଦ୍ଧା, ନବରଙ୍ଗପୁର, ରାୟଗଡା, କନ୍ଧମାଳ, କୋରାପୁଟ, ମାଲକାନାଗିରିରେ ବି ପବନର ବେଗ ୪୫ରୁ ୫୫ କିଲୋମିଟର ରହିବ । ସମୟେ ସମୟେ ୬୫ ରହିବ ଝଟକା ପବନ ।

ଲ୍ୟାଣ୍ଡଫଲର ୧୨ ଘଣ୍ଟା ଯାଏ ଅବପାତ ରୂପରେ ରହିବ ଗୁଲାବ୍ । ଏହାର ପ୍ରଭାବରେ ଆସନ୍ତାକାଲି ମଧ୍ୟ ଉପକୂଳ ଓଡିଶାରେ ବର୍ଷା ଜାରି ରହିବ । ବର୍ତ୍ତମାନ ସୁଦ୍ଧା ଚାନ୍ଦବାଲିରେ ସର୍ବାଧିକ ୨୧ ମିମି ବର୍ଷା ରେକର୍ଡ ହୋଇଛି ।

Leave A Reply

Your email address will not be published.