ନୂଆଦିଲ୍ଲୀ: ଇଣ୍ଡିଆନ୍ ସ୍ପେସ୍ ରିସର୍ଚ୍ଚ ଅର୍ଗାନାଇଜେସନ୍ (ଇସ୍ରୋ) ପୁଣି ଥରେ ଏପରି କିଛି କରିଦେଖାଇଛି ଯାହା ପ୍ରତ୍ୟେକ ଭାରତୀୟଙ୍କୁ ଗର୍ବିତ କରିବ । ଇସ୍ରୋ ପୁଣି ଥରେ ଇତିହାସ ସୃଷ୍ଟି କରିଛି । ଯେଉଁଠାରେ ବର୍ତ୍ତମାନ ପର୍ଯ୍ୟନ୍ତ ମହାକାଶରେ ଜୀବନର ସନ୍ଧାନ ଦୀର୍ଘ ସମୟ ଧରି ଚାଲିଥିଲା । ଅନେକ ଥର ଦାବି କରାଯାଇଛି ଯେ ଚନ୍ଦ୍ରରେ ଜଳ ଅଛି, କିନ୍ତୁ ଏପର୍ଯ୍ୟନ୍ତ ଏହା ନିଶ୍ଚିତ ହୋଇନାହିଁ । ମହାକାଶରେ ଅମ୍ଳଜାନ କିମ୍ବା ସୂର୍ଯ୍ୟ କିରଣ ନାହିଁ। ଏହା ସତ୍ତ୍ବେ ଇସ୍ରୋ ସେଠାରେ ମଞ୍ଜି ଗଜା କରିଛି ।
ଇସ୍ରୋ ମହାକାଶକୁ ପଠାଇଥିବା PSLV C 60 ପୋଏମ୍-4 ମଡ୍ୟୁଲ ଦ୍ୱାରା ଏହି ବୀଜ ଅଙ୍କୁରିତ ହେବାର ପୂରା ପ୍ରକ୍ରିୟାର ଭିଡିଓ ଉତ୍ତୋଳନ କରାଯାଇଛି । ମାଇକ୍ରୋ ଗ୍ରାଭିଟି ଭିତରେ ମଞ୍ଜିଗୁଡ଼ିକ କିପରି ଗଜା ହୋଇଥିଲା, ତାର ଦୃଶ୍ୟ ଏହି ଭିଡିଓରେ ରହିଛି । ପ୍ରକ୍ରିୟାର ଏକ ଛୋଟ ଭିଡିଓ ଇସ୍ରୋ ସୋଶାଲ ମିଡିଆ ‘ଏକ୍ସ’ରେ ସେୟାର କରିଛି ।
ଏହାଦ୍ବାରା ସଫଳ ହୋଇଛି ଇସ୍ରୋର କ୍ରପ୍ ପରୀକ୍ଷଣ । ଗତ ଡିସେମ୍ବର ୩୦ ତାରିଖରେ ଲଞ୍ଚ ହୋଇଥିବା SpaDex ମିଶନ ସହିତ ଇସ୍ରୋ POEM ମିଶନ ମଧ୍ୟ କାର୍ଯ୍ୟ କରୁଛି । ଏଥିରେ ଇସ୍ରୋ ବିଭିନ୍ନ ପ୍ରକାରର ବୈଜ୍ଞାନିକ ପରୀକ୍ଷଣ କରିଥିବା ବେଳେ ଏଥିରେ ଏହି କ୍ରପ୍ ପରୀକ୍ଷଣ ବି ସାମିଲ ରହିଛି । ଏହି ସଫଳତା ଭବିଷ୍ୟତରେ ଦୀର୍ଘସ୍ଥାୟୀ ସ୍ପେଶ୍ ମିଶନ୍ ପାଇଁ ଜୀବନ ସହାୟତା ପ୍ରଣାଳୀ ବିକାଶରେ ଯଥେଷ୍ଟ ସହାୟକ ମଧ୍ୟ ହୋଇପାରେ ।
Watch the timelapse of leaves emerging in space! 🌱 VSSC's CROPS (Compact Research Module for Orbital Plant Studies) experiment aboard PSLV-C60 captures the fascinating growth of cowpea in microgravity. 🚀 #BiologyInSpace #POEM4 #ISRO pic.twitter.com/uRUUnVGO2v
— ISRO (@isro) January 7, 2025