Latest Odisha News

ଏନଆଇଏ ତଦନ୍ତ ଆତଙ୍କବାଦ ସଂକ୍ରାନ୍ତରେ ନୁହେଁ: ପୋଲିସ କମିଶନର

ଭୁବନେଶ୍ୱର: ରାଜଧାନୀରୁ ଜଣଙ୍କୁ ଏନଆଇଏ ଉଠାଇନେବା ପରେ ଜୋରଦାର ଚର୍ଚ୍ଚା ଚାଲିଥିବା ବେଳେ ଏହା ଉପରେ ସ୍ପଷ୍ଟ କରିଛନ୍ତି ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ । ପୋଲିସ କମିଶନର କହିଛନ୍ତି ଯେ, ନାସନାଲ ଇନଭେଷ୍ଟିଗେସନ ଏଜେନ୍ସି କରୁଥିବା ଏକ ତଦନ୍ତ ସଂକ୍ରାନ୍ତରେ ଜଣେ ଛାତ୍ରଙ୍କୁ ପଚରାଉଚରା କରାଯାଇଛି । କମିଶନରେଟ୍ ପୋଲିସକୁ ମିଳିଥିବା ସୂଚନା ଅନୁସାରେ, ଏହି ତଦନ୍ତ ଆତଙ୍କବାଦ ସଂକ୍ରାନ୍ତରେ ନୁହେଁ।

ସକାଳ ୭ଟାରୁ ସଂପୃକ୍ତ ଛାତ୍ର ଜଣଙ୍କୁ ଜେରା କରାଯାଇଛି । ଏପରିକି ତାଙ୍କୁ ଅଜ୍ଞାତରେ ନୁହେଁ ବରଂ ଖଣ୍ଡଗିରି ଥାନାରେ ପଚରାଉଚରା କରାଯାଉଥିବା ପୋଲିସ କମିଶନର ସୂଚନା ଦେଇଛନ୍ତି । ଅନାବଶ୍ୟକ ଭାବେ ଅଯଥା କଳ୍ପନାଜଳ୍ପନା ନକରିବାକୁ ଗଣମାଧ୍ୟମକୁ ଅନୁରୋଧ କରିଛନ୍ତି ପୋଲିସ କମିସନର ସୁଧାଂଶୁ ଷଡଙ୍ଗୀ । ସେପଟେ ଏନଆଇଏ କହିଛି ଯେ, ସଂପୃକ୍ତ ଛାତ୍ରଙ୍କୁ ପଚରାଉଚରା ପରେ ଛାଡିଦିଆଯାଇଛି । ଘଟଣାରେ କାହାକୁ ଅଟକ କିମ୍ବା ଗିରଫ କରାଯାଇନାହିଁ । ସଂପୃକ୍ତ ଛାତ୍ରଙ୍କ ନାଁ ପ୍ରକାଶ ନକରିବାକୁ ଗଣମାଧ୍ୟମକୁ ଅନୁରୋଧ କରିଛି ଏନଆଇଏ ।

Comments are closed.