Latest Odisha News

BREAKING NEWS

‘ଶେରନୀ’ରେ ଆସୁଛନ୍ତି ବିଦ୍ୟା ବାଲାନ, ସୁଟିଂ ଆରମ୍ଭ

ମଧ୍ୟପ୍ରଦେଶ: କରୋନା ମହାମାରୀ ଭିତରେ ସୁଟିଂ ସେଟକୁ ଫେରିଛନ୍ତି ଅଭିନେତ୍ରୀ ବିଦ୍ୟା ବାଲାନ । ହେଲେ ସୁଟିଂ ଆରମ୍ଭ କରିବା ପୂର୍ବରୁ ବିଦ୍ୟା କରିଛନ୍ତି ସ୍ୱତନ୍ତ୍ର ପୂଜା । ବ୍ଲାକ ସାର୍ଟ ଓ ଡେନିମ ଜିନ୍ସ ପିନ୍ଧିଥିବା ବିଦ୍ୟାଙ୍କ ମୁହଁରେ ରହିଛି ମାସ୍କ । ସୁଟିଂ ସେଟରେ କ୍ରୁ ମେମ୍ବର ପିପିଇ କିଟ୍ ପିନ୍ଧିଛନ୍ତି । ମଧ୍ୟପ୍ରଦେଶରେ ଆରମ୍ଭ ହୋଇଛି ଅପ କମିଂ ଫିଲ୍ମ ଶେରନୀର ସୁଟିଂ । ଫିଲ୍ମଟି ଚଳିତ ବର୍ଷ ମାର୍ଚ୍ଚରେ ରିଲିଜ ହେବାର ଥିଲା । ତେବେ ମହାମାରୀ ପାଇଁ ବିଳମ୍ବରେ ଆରମ୍ଭ ହୋଇଛି ସୁଟିଂ ।

ଅମିତ ମସୁରକର ଶେରନୀର ନିର୍ଦ୍ଦେଶନା ଦେଉଥିବା ବେଳେ ଫିଲ୍ମର ଲିଡ ରୋଲରେ ନଜର ଆସିବେ ବିଦ୍ୟା ବାଲାନ । ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ବିଦ୍ୟାଙ୍କ ଏହି ପୂଜା ଫଟୋ । ବିଦ୍ୟା ବାଲାନ ମଧ୍ୟ ନିଜ ଇନଷ୍ଟାଗ୍ରାମରେ ଏକ ଭିଡିଓ ଜାରି କରିଛନ୍ତି । ଏହି ଭିଡିଓର କ୍ୟାପସନ ରଖିଛନ୍ତି ଚଲୋ ମେରି ଶେରନୀ –ସୁଟିଂ ସୁଟିଂ ଖେଲେଁ ।

Leave A Reply

Your email address will not be published.