ଭୁବନେଶ୍ୱର: କରୋନା ପାଇଁ ଚାରିଆଡେ କଟକଣା ଜାରି ହୋଇଥିବା ବେଳେ ଗ୍ରୋସରୀ ଦୋକନା ଖୋଲିବା ନେଇ କୌଣସି କଟକଣା ରହିବ ନାହିଁ । ଏନେଇ ସୂଚନା ଦେଇଛନ୍ତି ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ । ତେବେ ଦୋକନଗୁଡିକରେ ଅଜଥା ଭିଡ ନ ଜମାଇବାକୁ କୁହାଯାଇଛି । କେବଳ ଗ୍ରୋସରୀ ନୁହେଁ କ୍ଷୀର, ଫଳ, ପନିପରିବା ଓ ଔଷଧ ଦୋକାନ ଖୋଲା ରହିବ ବୋଲି କୁହାଯାଇଛି ।
ସେହିପରି ଆଇଟି କମ୍ପାନୀ କର୍ମଚାରୀଙ୍କୁ ୧୪ ଦିନ ଯାଏଁ ଅଫିସ ନଆସି ଘରେ ରହି କାମ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଘରେ କାମ ନ କରିପାରିଲେ ଛୁଟିରେ ଯିବାକୁ କୁହାଯାଇଛି । ଯଦି କେହି ନିୟମ ନମାନନ୍ତି ତେବେ ତାଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି ।
ସେହିପରି ଥାନାଗୁଡିକରେ ମଧ୍ୟ ସ୍ୱଚ୍ଛତା ଉପରେ ଗୁରୁତ୍ୱ ଦିଆଯାଉଥିବା କିଶନରେଟ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ସମସ୍ତ ଥାନାରେ ସ୍ୱଚ୍ଛତା ପାଇଁ ସାନିଟାଇଜର ଦିଆଯାଇଛି ।
BREAKING NEWS
- ମଣିପାଲ୍ ହସ୍ପିଟାଲ୍ ଭୁବନେଶ୍ୱର ଆରମ୍ଭ କଲା ‘MAHI’, ମିଳିବ ଏହି ସବୁ ସୁବିଧା
- India becomes world’s 4th largest economy: ନୂଆବର୍ଷ ପୂର୍ବରୁ ଖୁସି ଖବର:ଜାପାନକୁ ପଛରେ ପକାଇ ବିଶ୍ୱର ୪ର୍ଥ ବୃହତ୍ ଅର୍ଥନୀତି ପାଲଟିଲା ଭାରତ
- ବରିଷ୍ଠ ଆଇପିଏସ୍ ଅଧିକାରୀଙ୍କୁ ପଦୋନ୍ନତି
- ହାତୀରେ ବସି ଧନୁଯାତ୍ରାରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ; ବରଗଡ଼କୁ ଦେଲେ ୧୩୬୨ କୋଟିର ଭେଟି
- ୭୯ ଲକ୍ଷ ଟଙ୍କା ହେରଫେର୍ ମାମଲାରେ ଯମନକିରା ଲ୍ୟାମ୍ପସର ପୂର୍ବତନ ଏମ୍ଡି ଗିରଫ
- ସାମୀଙ୍କୁ ନେଇ ଚୟନ କମିଟିଙ୍କ ୟୁ ଟର୍ଣ୍ଣ, ଖେଳି ପାରନ୍ତି ନ୍ୟୁଜିଲାଣ୍ଡ ବିପକ୍ଷ ସିରଜ
- ‘ବ୍ୟାଟଲ୍ ଅଫ୍ ଗାଲୱାନ୍’ ଟିଜର ରିଲିଜ୍; ଚିହିଁକିଲା ଚୀନ
- ବାଂଲାଦେଶରେ ଆଉ ଜଣେ ହିନ୍ଦୁଙ୍କୁ ହତ୍ୟା
- January 2026 Five Rare Rajyog:ଜାନୁଆରୀରେ ୫ଦୁର୍ଲଭ ରାଜଯୋଗ;ଏହି ରାଶିମାନଙ୍କ ଫିଟିବ ଭାଗ୍ୟ
- ତାମିଲନାଡୁରେ ଓଡ଼ିଆଙ୍କ ମୃତ୍ୟୁ; ତଦନ୍ତ ପାଇଁ ଅଧିକାରୀଙ୍କୁ ପଠାଇଲେ ମୁଖ୍ୟମନ୍ତ୍ରୀ
Comments are closed.