Latest Odisha News

BREAKING NEWS

୧୦ ଫୁଟ ଲମ୍ବା ଗୋଡ଼ ବାଲା କଙ୍କଡ଼ା କଲା ୱାର୍ଲ୍ଡ ରେକର୍ଡ଼

ସାରା ବିଶ୍ୱରେ ପ୍ରସିଦ୍ଧି ଲାଭ ପାଇଁ କାହାର ବା ଇଛା ନାହିଁ । ଏଥିପାଇଁ ତ ଲୋକେ ନିଜ ଆଗ୍ରହ ମୁତାବକ ଉଦ୍ୟମ କରିଥାନ୍ତି । ଅନେକ ଏ କ୍ଷେତ୍ରରେ ସଫଳ ହୋଇଥିବା ବେଳେ ଆଉ ଅନେକ ଲକ୍ଷ୍ୟରେ ପହଞ୍ôଚପାରନ୍ତି ନାହିଁ । ଇଏତ ଗଲା ନିଜ ଉଦ୍ୟମରେ ଗିନିଜ୍ ବୁକ୍ ଅଫ ୱାର୍ଲ୍ଡ ରେକର୍ଡ଼ କଥା । କିନ୍ତୁ ଅନେକ କ୍ଷେତ୍ରରେ ଦେଖାଯାଏ ଯେ, କାହାରି ଉଦ୍ୟମରେ ନୁହେଁ ବରଂ ପ୍ରକୃତି ଏମିତି କିଛି ବସ୍ତୁ ବା ଜୀବକୁ ଏମିତି ଗଢିଥାଏ ଯାହା ଆପେ ଆପେ ରେକର୍ଡ଼ର ହକ୍‌ଦାର ହୋଇଥାଏ । ଏମିତି ଆପେ ଆପେ ଗିନିଜ୍ ବୁକ୍ ଅଫ ୱାର୍ଲ୍ଡରେ ସ୍ଥାନ ପାଇଛି ଏକ କଙ୍କଡ଼ା ।

ଏହା ପୃଥିବୀର ସବୁଠାରୁ ବୃହତ୍ତକାୟ କଙ୍କଡା ମଧ୍ୟରୁ ଅନ୍ୟତମ । ଗିନିଜ ବୁକ୍ ଅଫ ୱାର୍ଲଡ ରେକର୍ଡର ଇନଷ୍ଟାଗ୍ରାମ ପୃଷ୍ଠାରେ ଏହି କଙ୍କଡାର ଫଟୋ ସେୟାର ହୋଇଛି, ଯାହାକୁ ଏବେ ଲକ୍ଷ ଲକ୍ଷ ସଂଖ୍ୟାରେ ଲୋକେ ଦେଖିବା ଆରମ୍ଭ କରିଛନ୍ତି । ମିଳିଥିବା ତଥ୍ୟ କହୁଛି, ଏହା ଏକ ସ୍ପାଇଡର ପ୍ରଜାତିର କଙ୍କଡା ଓ ଏହା ବିଗ ଡାଡି ନାମରେ ପରିଚିତ । ଏହାର ଗୋଡ ୧୦ ଫୁଟ୍ ଲମ୍ବ ଓ ଚଉଡ଼ା ୨.୫ ଇଞ୍ଚ । ଏବେ ସୋସିଆଲ ମିଡିଆରେ ଏହି କଙ୍କଡା ଫଟୋ ଖୁବ୍ ଭାଇରାଲ ହେବାରେ ଲାଗିଛି ।

Comments are closed.