ଭୁବନେଶ୍ୱର: ରସୁଲଗଡ ଓଭରବ୍ରିଜରେ ସୃଷ୍ଟି ହୋଇଛି ଫାଟ । ଓଭରବ୍ରିଜର ସଂଯୋଗ ସ୍ଥଳରେ ଏକ ବିରାଟ ପଥର ଖଣ୍ଡ ଝୁଲି ରହିଥିବା ଦେଖିବାକୁ ମିଳିଛି । ଏହାକୁ ଦେଖି ଲୋକେ ଆତଙ୍କିତ ହୋଇପଡିଛନ୍ତି । ଓଭରବ୍ରିଜ ଉପର ଦେଇ ଶହ ଶହ ଗାଡିମଟ ଯିବା ଆସିବା କରୁଛି । ସେହିପରି ତଳେ ମଧ୍ୟ ଲୋକେ ଯିବା ଆସିବା କରୁଛନ୍ତି । ତେବେ କେତେବେଳେ ମଧ୍ୟ ଏହି ପଥର ଖଣ୍ଡ ଖସିପାରେ ବୋଲି ଲୋକେ ଆଶଙ୍କା କରିଛନ୍ତି ।
ଖବର ଜଣାପଡିବା ପରେ ଘଟଣାସ୍ଥଳରେ ପୋଲିସ ଓ ଜାତୀୟ ରାଜପଥ ପ୍ରାଧିକରଣ ଅଧିକାରୀ ପହଂଚିଛନ୍ତି । ଓଭରବ୍ରିଜ୍ ତଳେ ବ୍ୟାରିକେଡ କରାଯାଇଛି । ଲୋକଙ୍କୁ ସେହି ସ୍ଥାନ ଦେଇ ଯିବା ଆସିବା କରିବା ପାଇଁ ମନା କରାଯାଇଛି । ଖୁବ୍ଶ୍ରୀଘ ସେହି ବଡ ସ୍ଲାବକୁ ଫାଟ ହୋଇଥିବା ସ୍ଥାନରୁ ବାହାର କରାଯିବ ବୋଲି ଏନ୍ଏଚ୍ଏଆଇ କର୍ତ୍ତୁପକ୍ଷ କହିଛନ୍ତି । ତେବେ କଟକ-ଭୁବନେଶ୍ୱର ରୋଡ୍ ଦେଇ ହଜାର ହଜାର ଲୋକ ଯାଆସ କରୁଥିବାରୁ ଝୁଲି ରହିଥିବା ପଥରକୁ ବାହାର କରିବା ନେଇ ସମସ୍ୟା ଦେଖା ଦେଇଛି । ସେପଟେ ଓଭରବ୍ରିଜ୍ର ଫାଟକୁ ଦେଖିବା ପାଇଁ ଘଟଣାସ୍ଥଳରେ ଶହ ଶହ ଲୋକ ରୁଣ୍ଡ ହୋଇଛନ୍ତି ।
BREAKING NEWS
- ଆଇପିଏଲରୁ ଅବସର କାହିଁକି ନେଲେ କହିଲେ ଅଶ୍ୱୀନ
- ଟି୨୦: ଟିମ ଇଣ୍ଡିଆରେ ସ୍ଥାନ ପାଇବା ପାଇଁ ୮ ଓପନରଙ୍କ ମଧ୍ୟରେ ହେବ ପ୍ରତିଦ୍ୱନ୍ଦ୍ୱିତା
- ଉତ୍କଳିକା – କୋଚିନ ଓଡ଼ିଆ ସଂଘ ଦ୍ୱାରା ୧୬ତମ ପ୍ରତିଷ୍ଠା ଦିବସ ଓ ଉତ୍କଳ ଦିବସ ପାଳିତ
- ସିଙ୍ଗାପୁରରେ ପାଳିତ ହେଲା ଉତ୍କଳ ଦିବସ ୨୦୨୬, ମନମୁଗ୍ଧ କଲେ ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦାମ ପ୍ରଧାନ
- ବାହାର ରାଜ୍ୟର ପୁରୁଣା ବାଣିଜ୍ୟିକ ଗାଡ଼ି ମନା
- LPG ପରି PNG ମଧ୍ୟ ଆମଦାନୀ ଏବଂ ରପ୍ତାନି କରାଯାଇପାରେ କି?
- ରାହୁଲଙ୍କ ମୃତ୍ୟୁ ପାଇଁ ଦାୟୀ କିଏ?
- Rugby Championship: ଆରମ୍ଭ ହେଲା ୬୯ତମ SGFI ରଗବୀ ଚାମ୍ପିଅନସିପ୍; କଳିଙ୍ଗ ଷ୍ଟାଡିୟମରେ ୧୫ ରାଜ୍ୟର ଯୁବ ଖେଳାଳୀ
- ସ୍କୁଲ ହଷ୍ଟେଲରେ ସିନିୟରଙ୍କ ମାଡରେ ୨ ଜୁନିୟର ଛାତ୍ର ଗୁରୁତର
- ଲିଙ୍ଗରାଜ ମନ୍ଦିରରେ ସେବାୟତ ହାତାହାତି, ମହାପ୍ରଭୁଙ୍କ ନୀତିକାନ୍ତି ବନ୍ଦ…
Comments are closed.