Latest Odisha News

BREAKING NEWS

ଜୁନ ପ୍ରଥମ ସପ୍ତାହରେ ଘୋଷିତ ହେବ +୨ ପରୀକ୍ଷା ଫଳାଫଳ

ଭୁବନେଶ୍ୱର: ଓଡ଼ିଶାରେ ଅନୁଷ୍ଠିତ ହେଉଥିବା +୨ ପରୀକ୍ଷା ଫଳାଫଳ ଜୁନ ମାସ ପ୍ରଥମ ସପ୍ତାହରେ ଘୋଷଣା କରାଯିବ ବୋଲି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ବୁଧବାର ଦିନ କହିଛନ୍ତି ।

ଗଣମାଧ୍ୟମକୁ ସୂଚନାଦେଇ ମନ୍ତ୍ରୀ ଶ୍ରୀ ଦାଶ କହିଛନ୍ତି ଯେ, ଏପ୍ରିଲ ପ୍ରଥମ ସପ୍ତାହରେ +୨ ପରୀକ୍ଷା ଖାତା ଦେଖା ଆରମ୍ଭ ହୋଇଯିବ । ବିଜ୍ଞାନ ପରୀକ୍ଷା ଫଳ ମେ’ ଶେଷ ସପ୍ତାହରେ ଘୋଷିତ ହେବା ବେଳେ ଜୁନ ପ୍ରଥମ ସପ୍ତାହରେ ବାଣିଜ୍ୟ ଓ କଳା ପରୀକ୍ଷା ଫଳ ପ୍ରକାଶିତ ହେବ ବୋଲି ମନ୍ତ୍ରୀ ସୂଚନା ପ୍ରଦାନ କରିଛନ୍ତି ।

ଜାତୀୟସ୍ତରର ବିଭିନ୍ନ ପ୍ରତିଯୋଗିତା ମୂଳକ ପରୀକ୍ଷା ତଥା କେତେକ ଏଣ୍ଟ୍ରାନ୍ସ ପରୀକ୍ଷା ନିମନ୍ତେ ଛାତ୍ରଛାତ୍ରୀମାନଙ୍କ ପ୍ରସ୍ତୁତି ଲାଗି ଠିକ୍ ସମୟରେ ପରୀକ୍ଷା ଫଳ ଘୋଷିତ ହେବ ବୋଲି ମନ୍ତ୍ରୀ କହିଛନ୍ତି ।

ଏନେଇ ମନ୍ତ୍ରୀ ଗଣମାଧ୍ୟମକୁ ସୂଚନାଦେଇ ଆହୁରି କହିଛନ୍ତି ଯେ, ଠିକ୍ ସମୟ ପୂର୍ବରୁ ପରୀକ୍ଷା ଖାତା ଦେଖା ହେବାନେଇ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯିବା ସହିତ ଶିକ୍ଷକମାନଙ୍କୁ ଯଥା ସମୟରେ ଖାତାଦେଖା କେନ୍ଦ୍ରଗୁଡ଼ିକରେ ପହଞ୍ଚିବାକୁ ଅବଗତ କରାଯାଇଛି । ଏହା ଅବମାନନା କଲେ ସଂପୃକ୍ତ ବ୍ୟକ୍ତିମାନଙ୍କ ପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ପରୀକ୍ଷା କେନ୍ଦ୍ରରେ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ସମ୍ପର୍କରେ ମନ୍ତ୍ରୀ କହିଛନ୍ତି, +୨ ପରୀକ୍ଷା କେନ୍ଦ୍ର ଗୁଡ଼ିକରେ କପି ରୋକିବାକୁ ସିସିଟିଭି କ୍ୟାମେରା ଲଗାଇବାକୁ ନିର୍ଦ୍ଦେଶ ଦିଆଯାଇଛି ।

Leave A Reply

Your email address will not be published.