Latest Odisha News

BREAKING NEWS

ଗଂଜାମରୁ ଜବତ ହେଲା ୭୦ ଲକ୍ଷ ଟଙ୍କା ମୂଲ୍ୟର ବାଣ !

ଗଂଜାମ: ଚଳିତବର୍ଷ ଓଡିଶାରେ ବାଣ ବିକ୍ରି କରିବା ଓ ଫୁଟାଇବା ଉପରେ ନିଷେଧାଦେଶ ଜାରି କରିଛନ୍ତି ରାଜ୍ୟ ସରକାର । ଏପରି ସ୍ଥିତିରେ ବେଆଇନ ବାଣ କାରବାର ଉପରେ ରୋକ ଲଗାଇବାକୁ ପୋଲିସ ପ୍ରଶାସନ ଅଣ୍ଟା ଭିଡିଛି ।

ମାତ୍ର କିଛିଦିନ ପୂର୍ବରୁ ଅନୁଗୁଳରେ ଜବତ ହୋଇଥିଲା ୨୫ ଲକ୍ଷ ଟଙ୍କା ମୂଲ୍ୟର ବାଣ । ଆଉ ଏବେ ଗଂଜାମର ପାଳି । ଆସିକା ତହସିଲ ଅନ୍ତର୍ଭୁକ୍ତ ନଳବଣ୍ଟା ଗାଁରୁ ଜବତ ହୋଇଛି ୭୦ ଲକ୍ଷ ଟଙ୍କା ମୂଲ୍ୟର ବାଣ । ନଳବଣ୍ଟା ଗାଁରେ ବେଆଇନ ବାଣ ପ୍ରସ୍ତୁତି ଓ ବିକ୍ରୟ ହେଉଥିବା ଖବର ପାଇ ଏସ୍‌ଡିପିଓଙ୍କ ସମେତ, ତହସିଲଦାର, ଥାନାଧିକାରୀ, ୮ଜଣ ପୋଲିସ କର୍ମଚାରୀଙ୍କ ସମେତ ଦୁଇ ପ୍ଲାଟୁନ୍ ପୋଲିସ ଫୋର୍ସ ମଳିତ ଭାବେ ଚଢାଉ କରିଥିଲା ।

ଚଢାଉରେ ବିପୁଳ ପରିମାଣର ବାଣ ଜବତ ହୋଇଥିଲାବଳେ ଘଟଣାସ୍ଥଳରୁ ୧୨ଜଣ ଚମ୍ପଟ୍ ମାରିଥିଲେ । ଅନ୍ୟପଟେ ବେଆଇନ ବାଣ କାରବାରରେ ସଂପୃକ୍ତ ୩ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିବାରେ ସଫଳ ହୋଇଛି । ଜବତ ହୋଇଥିବା ବାଣର ଆନୁମାନିକ ମୂଲ୍ୟ ୭୦ ଲକ୍ଷ ଟଙ୍କା ବୋଲି ଜଣାପଡିଛି । ତେବେ ସ୍ଥାନୀୟ ଅଂଚଳରେ ଅନ୍ୟ କେଉଁଠି ବେଆଇନ ବାଣ ଅଛି କି ନା, ସେ ନେଇ ଗିରଫ ଅଭିଯୁକ୍ତ ଲବ ବେହେରା, ଜିତୁ ପ୍ରଧାନ ଓ ରଂଜନ ପ୍ରଧାନକୁ ପୋଲିସ ପଚରାଉଚରା କରୁଛି ।

Comments are closed.