ଭୁବନେଶ୍ୱର: ଭଞ୍ଜନଗର ସହର ଘୁମୁସର ମାଟିର ଇତିହାସ ଓଡିଶା ମାନଚିତ୍ରରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି।ଏକଦା ବ୍ରିଟିଶମାନେ ଭଞ୍ଜନଗର ସହର ଭୌଗଳିକ ଅବସ୍ଥିତ ଦୃଷ୍ଟିରୁ ଏହାକୁ ଗୋଟାଏ ଉପନିବେଶ ଭାବେ ବ୍ୟବହାର କରୁଥିଲେ। ଭଞ୍ଜନଗର ସହର ତିନି ଗୋଟି ପ୍ରବେଶ ପଥରେ ଥିବା ନଦୀ ସହର ସୌନ୍ଦର୍ଯ୍ୟ ବଢାଇବା ସହ ଜଳ ସଙ୍କଟ, କୃଷି କ୍ଷେତ୍ରରେ ବିକାଶ ହେଉଥିଲା।ଭଞ୍ଜନଗର ସହର ମଧ୍ୟ ଭାଗରେ ଲୋହରା ଖଣ୍ଡି ନଦୀ ଓ ସହର ଉପକଣ୍ଠ ବେଲଗୁଣ୍ଠା ରାସ୍ତାରେ ଥିବା ବଡ ନଦୀ ଘୁମୁସର ଅଞ୍ଚଳର ବିକାଶ ପାଇଁ ମୁଖତଃ ଦାୟୀ ଥିଲା। ଏହି ଦୁଇ ନଦୀରୁ ଭଞ୍ଜନଗର ସହରକୁ ଜଳ ଯୋଗାଣ ହେଉଥିଲା ଓ ଆଖ ପାଖ ଚାଷ ଜମିକୁ ଜଳସେଚନ ହେଉଥିଲା।ଏକଦା ଏହି ଦୁଇ ନଦୀର ଜଳ ସ୍ଵଛ ଥିଲା ଓ ବହୁତ ପ୍ରସସ୍ଥ ଥିଲା କିନ୍ତୁ ସମୟ କ୍ରମେ ଏହି ନଦୀ ନିଜର ଅସ୍ଥିତ୍ଵ ହରାଇବାକୁ ଲାଗିଛି। ଆଜିର ସମାଜ ନିଜର ବୁଦ୍ଧି ବଳରେ ନଦୀକୁ ନାଳରେ ପରିଣତ କରିଦେଇଛନ୍ତି। ଜନ ସଂଖ୍ୟା ବୃଦ୍ଧି ଜନବସତି ବୃଦ୍ଧି ପାଇଛି। ଲୋକମାନେ ନଦୀ ମଧ୍ୟରେ ସହର ସମସ୍ତ ଅଳିଆ ପକାଉଛନ୍ତି। ସେହିପରି ନଦୀକୁ ଲାଗି ରହିଥିବା ଘରମାନଙ୍କରେ ପାଇଖାନାର ମଇଳା, ଘରର ମଇଳା ପାଣି ନଦୀରେ ପଡୁଛି। ଲୋହରା ଖଣ୍ଡି ନଦୀ ଦୁଇ ପାଖରେ ଜବର ଦଖଲ କରି ଘର, ପାଇଖାନା କରିଛନ୍ତି। ଏହିପରି କି ନଦୀର ଦୁଇ ପାର୍ଶ୍ଵରେ ଅନବନା ଗଛ ଯୋଗୁ ନଦୀ ସଙ୍କୁଚିତ ହୋଇ ଗୋଟାଏ କ୍ଷୁଦ୍ର ନାଳରେ ପରିଣତ ହୋଇ ଗଲାଣି। ଯେଉଁ ନଦୀରେ ବର୍ଷ ତମାମ ପାଣି ରହୁଥିଲା ସେହି ନଦୀ ବର୍ତ୍ତମାନ ଶୁଷ୍କ, ଗ୍ରୀଷ୍ମ ଦିନ ନ ଆଶୁଣୁ ଜଳ ଶୂନ୍ୟ ହେଉଛି ଲୋହରା ଖଣ୍ଡି ନଦୀ। ଯେଉଁ ନଦୀର ଜଳ ଦିନେ କାଚ କେନ୍ଦୁ ପରି ଜଳ ଥିଲା ଆଜି ସେହି ନଦୀରେ ମଶା ମାଛିରେ ପରିପୂର୍ଣ୍ଣ କଳା ମିଚି ମିଚି ପାଣି ଦେଖିବାକୁ ମିଳୁଛି। ଆଶ୍ଚର୍ଯ୍ୟର କଥା ଏହି ନଦୀ ନିକଟରେ ବସବାସ କରୁଥିବା ଅନେକ ପରିବାର ଏହି ମଇଳା ଜଳକୁ ବ୍ୟବହାର କରୁଛନ୍ତି ଓ ରୋଗଗ୍ରସ୍ତ ମଧ୍ୟ ହେଉଛନ୍ତି। ଏହି ନଦୀ ଉପରେ ଥିବା ରାସ୍ତା ଦେଇ କେତେଯେ ଅଫିସର, ନେତା, ଲୋକ ପ୍ରତିନିଧି ଯିବା ଆସିବା କରୁଛନ୍ତି କିନ୍ତୁ କାହାର ନଜର ପଡୁନଥିବା ଦୁଃଖର ବିଷୟ। ସତେ ଯେପରି ଜଳ ସେଚନ ବିଭାଗ କୁମ୍ଭ କର୍ଣ୍ଣ ନିଦରେ ଶୋଇଛି। ଆଗକୁ ଭଞ୍ଜନଗର ସହରରେ ଅନୁଷ୍ଠିତ ହେବ ଐତିହାସିକ ଠାକୁରାଣୀ ଯାତ୍ରା ଓ ଏହି ସହରକୁ ଆସିବେ ରାଜ୍ୟ ଓ ରାଜ୍ୟ ବାହାରର ଲୋକେ। ଯଦି ବେଳ ଥାଉଁ ଥାଉଁ ଯଦି ଏହି ନଦୀର ପୁନରୁଦ୍ଧାର ହୋଇ ପାରନ୍ତା ତା ହେଲେ ଏହି ଠାକୁରାଣୀ ଯାତ୍ରା ସମୟରେ ଜନସାଧାରଣଙ୍କ ଜଳ ସମସ୍ୟା ଦୂର ହେବା ସହ ସୌନ୍ଦର୍ଯ୍ୟ ମଧ୍ୟ ବୃଦ୍ଧି ପାଇଥାନ୍ତା ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚା ହେଉଛି।
BREAKING NEWS
- ଭୂକମ୍ପରେ ଥରିଲା ଓଡ଼ିଶା; ଏହି ସ୍ଥାନରେ ୩.୯ ତୀବ୍ରତାର ଝଟକା…
- ସର୍ଭେ ରିପୋର୍ଟ : ୭୦% ରୁ ଅଧିକ ୟୁକ୍ରେନବାସୀ ଦୁର୍ନୀତି ପାଇଁ ଜେଲେନସ୍କିଙ୍କୁ ଦାୟୀ ମନେକରୁଛନ୍ତି
- ଇରାନ-ଆମେରିକା ସଂଘର୍ଷ: ଭୟ ଆଉ ଚିନ୍ତା ଭିତରେ ଇରାନରେ ଖୋଲିଲା ସ୍କୁଲ୍
- ବସରୁ ଖସି ପଡ଼ିଲେ ରୋହିତ ଶର୍ମା; ଚିନ୍ତାରେ ଫ୍ୟାନ୍ସ
- ବିଜେପି ନେତାଙ୍କୁ ପ୍ରାଣାନ୍ତକ ଆକ୍ରମଣ; ଡାକ୍ତରଖାନାରେ ଭର୍ତ୍ତି
- Odisha Vigilance:୩୫ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ ଆସିଷ୍ଟାଣ୍ଟ ଇଞ୍ଜିନିୟର ଓ ତାଙ୍କ ସହଯୋଗୀ
- ସମ୍ ହସ୍ପିଟାଲରେ ନୂତନ ହୃଦ୍ ଚିକିତ୍ସା: ଟିଏଭିଆର୍ ପଦ୍ଧତିରେ ୭୧ ବର୍ଷୀୟା ମହିଳାଙ୍କୁ ମିଳିଲା ନୂଆ ଜୀବନ
- Asian Games 2026:ଜାଭେଲିନ୍ ଥ୍ରୋ’ରେ ଭାରତର ଚମତ୍କାର ପ୍ରଦର୍ଶନ: ଯଶ୍ବୀରଙ୍କୁ ରୌପ୍ୟ ଓ ରୋହିତଙ୍କୁ ବ୍ରୋଞ୍ଜ
- ସରିଲା ଓଡ଼ିଶା ବିଧାନସଭା ମୌସୁମୀ ଅଧିବେଶନ, ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବି ଘୋଷଣା
- ତାମିଲନାଡୁରେ ‘ଥାଇମାମନ ଥଙ୍ଗା ମୋତିରମ ଥିଟ୍ଟମ’ ଶୁଭାରମ୍ଭ: ନବଜାତ ଶିଶୁଙ୍କୁ ମିଳିବ ୧ ଗ୍ରାମର ସୁନା ମୁଦି

Comments are closed.