ଖଲ୍ଲିକୋଟ: ଶନିବାର ଠାରୁ ବେଆଇନ ବାଣ ଜବତ ପାଇଁ ଗଞ୍ଜାମ ଜିଲ୍ଲା ଛତ୍ରପୁର ସହରରେ ଚାଲିଛି ରେଡ୍ । ଏହି ଅବସରରେ ଛତ୍ରପୁର ଏନଏସି ଅନ୍ତର୍ଗତ ପାର୍କସାହିରେ ଏକ ଚାଉଳ ଗୋଦାମରୁ ଲକ୍ଷାଧିକ ଟଙ୍କାର ବାଣ ଜବତ ହୋଇଛି ।
ଜବତ ବାଣର ମୂଲ୍ୟ ୨ ଲକ୍ଷରୁ ଉର୍ଦ୍ଧ ଟଙ୍କା ହବ ବୋଲି ପୋଲିସ ପକ୍ଷରୁ ସୂଚନା ସୂଚନା ରହିଛି । ବେଆଇନ ଭାବେ ଗଛିତ କରି ରଖିଥିବା ଅଭିଯୋଗରେ ଦୋକାନୀକୁ ଅଟକ ରଖାଯାଇଛି ।
ଏହି ଚଢ଼ଉରେ ଛତ୍ରପୁର ପୋଲିସ ଓ ଅତିରିକ୍ତ ତହସିଲଦାରଙ୍କ ଉପସ୍ଥିତିରେ ବାଣ ଜବତ ହୋଇଛି ।
ଅନ୍ୟପଟେ, କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ତେରେସିଂହା ପଞ୍ଚାୟତ ବେଲପଡ଼ାର ଜଣେ ବ୍ୟବସାୟୀଙ୍କ ଦୋକାନ ଗୋଦାମ ଘରୁ ପୁଳାପୁଳା ବାଣ ଜବତ କରାଯାଇଛି । ଜବତ ବାଣର ମୂଲ୍ୟ ପାୟ ୧ ଲକ୍ଷ ୫୦ ହଜାରରୁ ଅଧିକ ହେବ । ଏନେଇ ଫାଣ୍ତି ଅଧିକାରୀ ମନୁଆ ବିଡ଼ିକା ସୁଚନା ଦେଇଛନ୍ତି । ଏଥିରେ ଫାଣ୍ତି ଅଧିକାରୀ ସମେତ କନଷ୍ଟେବଳ ଭୁବନେଶ୍ୱର ମାଝୀ ସଂଜୀବ ସାହୁ, ଜ୍ୟୋତିର୍ମୟ ମହାନନ୍ଦ, କୈଳାସ ପୁଟେଲ ପ୍ରମୁଖ ରେଡ୍ କରିବାରେ ସାମିଲ ଥିଲେ ।
Comments are closed.