ମାଲକାନଗିରି: ଗୁରୁପ୍ରିୟା ସେତୁରେ ଫାଟ । ମାଲକାନଗିରି ଜିଲ୍ଲାର ବିଚ୍ଛିନ୍ନାଂଚଳକୁ ସଂଯୋଗ କରୁଥିବା ଗୁରୁପ୍ରିୟା ସେତୁରେ ଫାଟ ସୃଷ୍ଟି ହୋଇଛି । ସେତୁର ୧୬ ନମ୍ବର ପିଲାରର ଉପର ଗାର୍ଡର ଅଚଳ ହୋଇପଡିଛି । ଗାର୍ଡରର ଯୋଡେଇ ସ୍ଥାନର କାମ ଆରମ୍ଭ ହୋଇଛି । ସେତୁ ଉପରେ ଭାରିଯାନ ଚଳାଳଚ ଯୋଗୁଁ ଫାଟ ସୃଷ୍ଟି ହୋଇଥିବା ଅନୁମାନ କରାଯାଉଛି । ପୂର୍ତ୍ତ ବିଭାଗ ପକ୍ଷରୁ ସେତୁ ଉପରେ ସୃଷ୍ଟି ହୋଇଥିବା ଫାଟର ମରାମତି କାମ ଆରମ୍ଭ ହୋଇଥିବା ସୂଚନା ମିଳିଛି ।
ସବୁଠାରୁ ବଡ କଥା ହେଉଛି ମାଲକାନଗିରିର ଲାଇଫ୍ ଲାଇନ୍ କୁହାଯାଉଥିବା ଗୁରୁପ୍ରିୟା ସେତୁର ଉଦ୍ଘାଟନର ଦୁଇ ବର୍ଷ ନ ପୁରୁଣ ଏଭଳି ମରାମତି କାମ ଆରମ୍ଭ ହୋଇଛି । ୧୮୭ କୋଟି ଟଙ୍କା ବ୍ୟୟ ଅଟକଳରେ ୨୦୧୮ ଜୁଲାଇ ୨୬ରେ ଏହି ସେତୁକୁ ନିର୍ମାଣ କରାଯାଇଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେତୁର ଉଦ୍ଘାଟନ କରିଥିଲେ । ଫଳରେ ବିଚ୍ଛିନ୍ନାଂଚଳକୁ ବାଟ ଫିଟିଥିଲା । ବିଚ୍ଛିନ୍ନାଂଚଳର ପ୍ରାୟ ୧୦ଟି ପଂଚାୟତକୁ ଏହି ସମ୍ପର୍କର ସେତୁ ଯୋଡୁଛି । ଏହି ସେତୁର ଲମ୍ବ ୯୧୦ ମିଟର ରହିଛି । ଏହି ସେତୁ ଦ୍ୱାରା ବିଚ୍ଛିନ୍ନାଂଚଳର ୧୫୧ଟି ଗାଁର ୨୦ ହଜାରରୁ ଅଧିକ ଲୋକ ଉପକୃତ ହୋଇଥିଲେ ।
BREAKING NEWS
- Cyber Fraud Busted: ପୋଲିସ ହାତରେ ଧରାପଡିଲେ ୧୨ ଆନ୍ତଃରାଜ୍ୟ ସାଇବର ଲୁଟେରା
- Hero Hockey India League:ହ୍ୟାଟ୍ରିକ ବିଜୟ ସହ ପଏଣ୍ଟ ଟେବୁଲର ଶୀର୍ଷରେ କଳିଙ୍ଗ ଲାନସର୍ସ
- କୋହଲି, ଗିଲଙ୍କ ଆକର୍ଷଣୀୟ ପ୍ରଦର୍ଶନ: ପ୍ରଥମ ଦିିନିକିଆରେ ଭାରତ ବିଜୟୀ
- ଆସନ୍ତା ୧୫ରେ ବରଗଡ଼ ବନ୍ଦ
- ଝାରସୁଗୁଡ଼ାରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ
- ସଚିନଙ୍କୁ ପଛରେ ପକାଇ ବିଶ୍ୱରେକର୍ଡ କଲେ କିଙ୍ଗ କୋହଲି
- Fire In Ama Bus: ଗତ ୨୪ ଘଣ୍ଟା ମଧ୍ୟରେ ଦୁଇଟି ‘ଆମ ବସ’ରେ ଅଗ୍ନିକାଣ୍ଡ
- Rourkela Plane Crash: ରାଉରକେଲା ବିମାନ ଦୁର୍ଘଟଣା; ସ୍ଥାନୀୟ ଜନସାଧାରଣଙ୍କୁ ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ
- ଟି୨୦ ବିଶ୍ୱକପ: ଚର୍ଚ୍ଚାରେ ଅକ୍ଷର ପଟେଲଙ୍କ ବୟାନ
- ଅସୁରକ୍ଷିତ ରାସ୍ତା ଯୋଗୁଁ ଦୁର୍ଘଟଣା; ରାସ୍ତା ନିର୍ମାଣକାରୀ ସଂସ୍ଥାକୁ ଚିଠି ଲେଖିଲା ଏସଟିଏ
Comments are closed.