Latest Odisha News

BREAKING NEWS

ମହାଶିବରାତ୍ରୀ: ରାଶି ଅନୁସାରେ କରନ୍ତୁ ଭୋଳାନାଥଙ୍କ ଆରାଧନା !

ଭୁବନେଶ୍ୱର: ପବିତ୍ର ମହାଶିବରାତ୍ରୀ ଲାଗି ରାଜ୍ୟର ସମସ୍ତ ଶିବାଳୟ ମାନଙ୍କରେ ଶ୍ରଦ୍ଧାଳୁ ତଥା ଭକ୍ତମାନଙ୍କର ଭିଡ ଜମିବାରେ ଲାଗୁଛି । ଜ୍ୟୋତିଷଙ୍କ କହିବାନୁଯାୟୀ ବହୁବର୍ଷ ପରେ ଫାଲଗୁନ୍ କୃଷ୍ଣ ତ୍ରୟୋଦଶୀ ଯୁକ୍ତ ଚତୃଦର୍ଶୀ ସିଦ୍ଧି ଯୋଗ ଏବଂ ଶ୍ରବଣ ନକ୍ଷତ୍ର ଯୋଗ ପଡୁଛି ।

ଏହି ସମୟରେ ବ୍ୟକ୍ତିମାନେ ରାଶି ଅନୁସାରେ ପୂଜାର୍ଚ୍ଚନା କଲେ ଭଗବାନଙ୍କର କୃପା ନିଶ୍ଚୟ ପ୍ରାପ୍ତି ହେବ ବୋଲି କୁହନ୍ତି ଜ୍ୟୋର୍ତିବିଦମାନେ ।

ଋାଶି ଅନୁସାରେ ଏଭଳି କରନ୍ତୁ ମହାଦେବଙ୍କ ପୂଜାର୍ଚ୍ଚନା-

ମେଷ- ଜଳରେ ଗୁଡ ଓ କୁଙ୍କୁମ ମିଳାଇ ଭଗବାନ ଶିବଙ୍କର ଅଭିଷେକ କରନ୍ତୁ । ପରେ ଲାଲ୍ ରଙ୍ଗର ଫୁଲ ଅର୍ପଣ କରିବା ଦ୍ୱାରା ସମସ୍ତ ସଙ୍କଟରୁ ମୁକ୍ତି ମିଳିବ ।

ବୃଷ- ଭୋଳାନାଥଙ୍କୁ ଦହି ଓ ଗଙ୍ଗାଜଳ ତଥା ଶ୍ୱେତ ପୁଷ୍ପ ଅର୍ପଣ କରି ଉପାସନା କରନ୍ତୁ । ଯାହାଫଲରେ ବୈବାହିକ ଜୀବନ ସୁଖମୟ ହେବ ।

ମିଥୁନ- ଆଖୁ ରସରେ ଭଗବାନଙ୍କର ଅଭିଷେକ କରିବା ସହ ଭାଙ୍ଗ ଓ ଦୁଦୁରା ଫୁଲ ଅର୍ପଣ କରନ୍ତୁ । ଆପଣଙ୍କୁ ଶୁଭଫଳ ମିଳିବ ।

କର୍କଟ- କ୍ଷୀର-ଭାଙ୍ଗ ଓ ଗଙ୍ଗାଜଳ ଅର୍ପଣ କରିବା ଦ୍ୱାରା ଏହି ରାଶିର ବ୍ୟକ୍ତିମାନଙ୍କର ମନୋବାନଞ୍ଝା ପୂରଣ ହେବ ।

ସିଂହ- ଭୋଳାନାଥଙ୍କୁ ଲାଲ୍ ଚନ୍ଦନ ମିଶ୍ରିତ ଜଳ ତଥା ଆଖୁ ରସରେ ଅଭିଷେକ କଲେ ନିଶ୍ଚିତ ରୂପେ ଆପଣଙ୍କର ମଙ୍ଗଳ ସିଦ୍ଧି ହେବ ।

କନ୍ୟା- ଭାଙ୍ଗ-ଦୁଦୁରା ଫୁଲ ଏବଂ ବେଲପତ୍ର ଅର୍ପଣ କଲେ ଜୀବନରେ ସ୍ଥିରତା ଆସିବା ସହ ସୁଫଳ ମିଳିବ ।

ତୁଳା- ଭଗବାନ ଶିବଙ୍କର ଅଭିଷେକ ଘିଅ ତଥା ମିଶ୍ରି ଯୁକ୍ତ ଗଙ୍ଗାଜଳ ଦ୍ୱାରା କରନ୍ତୁ । ଏହାବ୍ୟତିତ କେସର ମିଶ୍ରିତ ମିଠାକୁ ଭୋଗ ଲଗାଇବା ଦ୍ୱାରା ବିଶେଷ ଲାଭ ହେବ ।

ବିଛା- ମହୁ ମିଶ୍ରିତ ଜଳରେ ନୀଳକଣ୍ଠଙ୍କର ଉପାସନା କରନ୍ତୁ । ଏପରିକି ଲାଲ୍ ଚନ୍ଦନ ଅର୍ପଣ କଲେ ଶୁଭ ଫଳ ମିଳିବ ।

ଧନୁ- ମହାଦେବଙ୍କୁ କେସର ଯୁକ୍ତ ଜଳରେ ଅଭିଷେକ କରନ୍ତୁ ।

ମକର- ଗଙ୍ଗାଜଳରେ ରାଶି, ଭାଙ୍ଗ ଓ ଅଷ୍ଟଗନ୍ଧ ମିଶାଇ ଅର୍ପଣ କଲେ ସବୁ କାମରେ ସଫଳତା ମିଳିବ ।

କୁମ୍ଭ- ନଡିଆ ପାଣି ସହ କେସର ମିଶ୍ରିତ ଦୁଗ୍ଧରେ ମହାଦେବଙ୍କର ଅଭିଷେକ କରନ୍ତୁ ।

ମୀନ- ଭଗବାନ ଶିବଙ୍କୁ ହଳଦିଆ ଚନ୍ଦନ ଓ ଫୁଲ ଅର୍ପଣ କରିବା ଦ୍ୱାରା ଧନର ଅଭାବ ରହିବ ନାହିଁ ।

Leave A Reply

Your email address will not be published.