Latest Odisha News

BREAKING NEWS

ଟେକ କମ୍ପାନୀର ଇଞ୍ଜିନିୟର୍ସଙ୍କ ଡେଙ୍ଗା ହେବାର ଝୁଙ୍କ, ଅପରେଶନ କରିବାକୁ ପଛାଉ ନାହାନ୍ତି

ଭୁବନେଶ୍ୱର: ସମୟ ଅନୁସାରେ ମନୁଷ୍ୟ ପରିବର୍ତନଶୀଳ ହୋଇଥାଏ । ଏବେ ଅନ୍ୟଠାରୁ ସବୁ ଦୃଷ୍ଟିକୋଣରେ ଉନ୍ନତ ହେବା ପାଇଁ ଯୁବପିଢ଼ୀଙ୍କ ନିକଟରେ ଏକ ପ୍ରକାର ପ୍ରତିଦ୍ୱନ୍ଦ୍ୱିତା ଲାଗି ରହିଛି । ଏବେ ୟୁରୋପୀୟ ଦେଶଗୁଡିକରେ ଏକ ଅଜବ ଝୁଙ୍କ ଟେକ କମ୍ପାନୀର ସଫ୍ଟୱେୟାର ଇଞ୍ଜିନିୟରଙ୍କ ନିକଟରେ ଦେଖିବାକୁ ମିଳିଛି । ରିପୋର୍ଟ ମୁତାବକ ଡେଙ୍ଗା ହେବା ପାଇଁ ଏମାନେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିବା ସହ ଗୋଡରେ ଅପରେଶନ କରାଇବାକୁ ପଛାଉ ନାହାନ୍ତି । ଲିମ୍ବପ୍ଲାଷ୍ଟ ନାମକ ଏକ ସଂସ୍ଥା ଏହି ଅପରେଶନ କରୁଛି । ଏହାର ଡାକ୍ତରଙ୍କ ମତରେ ପ୍ରତ୍ୟେକ ଦିନ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । କରୋନା ମହାମାରୀ ପରେ ଏହି ଟ୍ରେଂଣ୍ଡ ଜୋର ଧରିଛି । ପାଖାପାଖି ୬୦ ଲକ୍ଷ ଖର୍ଚ୍ଚରେ ଜଣେଙ୍କ ଶରୀର ୩ରୁ ୬ଇଂଚ ପର୍ଯ୍ୟନ୍ତ ବଢ଼ିପାରିବ ।

ଏଥିପାଇଁ ରୋଗୀର ଜଙ୍ଘ ହାଡକୁ ପ୍ରଥମେ ଭଙ୍ଗା ଯିବା ପରେ ଏହାକୁ ମେଟାଲ ନେଲ ଦେଇ ଯୋଡା ଯାଇଥାଏ । ୩ ମାସ ଅପରେଶନ କାଳ ମଧ୍ୟରେ ମେଟାଲ ନେଲ ମ୍ୟାଗ୍ନେଟିକ ରିମୋଟ କଂଟ୍ରୋଲ ଦ୍ୱାରା ଧିରେ ଧିରେ ବୃଦ୍ଧି କରାଯାଇଥାଏ । ଏହା ପରେ ହାଡଗୁଡିକୁ ମଜଭୁତ କରିବା ପାଇଁ ରୋଗୀଙ୍କ ନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ ବିଶ୍ରାମ ଏବଂ ଔଷଧ ଖାଇବାକୁ କୁହା ଯାଇଥାଏ । ବିଶେଷଜ୍ଞଙ୍କ ମତରେ ଏଥିରେ ଗୋଡର ଲମ୍ବା ବଢ଼ିବା ସତ, କିନ୍ତୁ ଏହାର ହାଡ ଦୁର୍ବଳ ହୋଇ ପଡିବ । ଯାହାକି ପରିଣତ ବୟସରେ ଅସୁବିଧା ସୃଷ୍ଟି କରିପାରେ । ମହିଳାଙ୍କ ଅପେକ୍ଷା ପୁରୁଷମାନେ ଏହି ଅପରେଶନ ପ୍ରତି ବିଶେଷ ଆଗ୍ରହ ପ୍ରକାଶ କରୁଛନ୍ତି ।

Leave A Reply

Your email address will not be published.