Latest Odisha News

BREAKING NEWS

ସାମ୍ବାଦିକଙ୍କ ଉପରେ ଆକ୍ରମଣ କରି ବଦଳିଲେ ଅତିରିକ୍ତ ଏସପି

ନବରଙ୍ଗପୁର : ବହୁ ବାଦବିବାଦ ପରେ ନବରଙ୍ଗପୁର ଅତିରିକ୍ତ ଏସପି ବଦଳିଛନ୍ତି । ପାପଡ଼ାହାଣ୍ଡି ଥାନାରେ ସାମ୍ବାଦିକଙ୍କୁ ଠେଙ୍ଗାରେ ଆକ୍ରମଣ ଘଟଣା ପରେ ତାଙ୍କୁ ବଦଳି ପାଇଁ ସାମ୍ବାଦିକମାନେ ଦାବି କରିଥିଲେ।  ନବରଙ୍ଗପୁରର ବିବାଦୀୟ ଅତିରିକ୍ତ ଏସପି ଜୟକୃଷ୍ଣ ବେହେରା ଙ୍କର ବଦଳି ହୋଇଥିବା ଜଣାପଡିଛି । ପୁଲିସ ମହାନିର୍ଦ୍ଦେଶକ ସୁନିଲ କୁମାର ବଂଶଲ  ଶ୍ରୀ ବେହେରା ଙ୍କୁ କଟକ ପୁଲିସ ମୁଖ୍ୟାଳୟରେ ଅତିରିକ୍ତ ଏସ ପି ( କମୁନିକେସନ) ଭାବେ ବଦଳି କରିଛନ୍ତି ।

 ଶ୍ରୀ ବେହେରା ପ।ପଡାହାଣ୍ଡି ଥାନାରେ ତିନିଜଣ ସାମ୍ବାଦିକଙ୍କୁ ମାଡ଼ ମାରି ଆକ୍ରମଣ କରିଥିବାର ଭିଜୁଆଲ ଭାଇରାଲ ହୋଇଥିଲା ।ଏହାକୁ ନେଇ ଜିଲା ସାମ୍ବାଦିକ ସଂଘ ଓଜେୟୁ ଏବଂ ଓୟୁଜେ ପକ୍ଷରୁ ଅସନ୍ତୋଷ ପ୍ରକାଶ ପାଇବା ସହ ତୁରନ୍ତ ବଦଳି ଓ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରାଯାଇଥିଲା । ମୁଖ୍ୟମନ୍ତ୍ରୀ ଓ ପୁଲିସ ମହାନିର୍ଦ୍ଦେଶକଙ୍କୁ ଜିଲାପାଳ ଙ୍କର ଜରିଆରେ ଦାବିପତ୍ର ଦିଆଯାଇଥିଲା ।

ସାଧାରଣରେ ବିଭିନ୍ନ ସଂଗଠନ ଏବଂ ଦଳମାନେ  ସାମ୍ବାଦିକ ସମ୍ମିଳନୀ କରି ଘଟଣାକୁ ନିନ୍ଦା କରିବା ସହ ଅତିରିକ୍ତ ଏସପିଙ୍କୁ ବହିଷ୍କାର ଦାବି କରାଯାଇଥିଲା । ତେବେ ପୁଲିସ ମହାନିର୍ଦ୍ଦେଶକ କେବଳ ବଦଳି କରିଥିବା ଜଣାପଡିଛି ।

Leave A Reply

Your email address will not be published.