Latest Odisha News

BREAKING NEWS

ଏପ୍ରିଲ ୧ରୁ ବଦଳିବ ଏହି ସମସ୍ତ ନିୟମ, ଶୀଘ୍ର ଜାଣନ୍ତୁ କେଉଁ କ୍ଷେତ୍ରରେ ହେବ ପରିବର୍ତ୍ତନ

ନୂଆଦିଲ୍ଲୀ: ଆର୍ଥିକ ବର୍ଷ ୨୦୨୩-୨୪ର ଶେଷ ମାସ ଅର୍ଥାତ ମାର୍ଚ୍ଚ ମାସ ଶେଷ ହେବାକୁ ଯାଉଛି । ଏଥିସହ ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି ନୂତନ ଆର୍ଥିକ ବର୍ଷ ୨୦୨୪-୨୫ । ଏପ୍ରିଲ୍ ମାସ ଆରମ୍ଭ ସହିତ, ଏପରି ନିୟମ ଅଛି ଯାହା ପରିବର୍ତ୍ତନ ହେବାକୁ ଯାଉଛି । ଏଥିରେ ଜାତୀୟ ପେନସନ ସିଷ୍ଟମରେ ଲଗ୍ ଇନ୍ କରିବାର ପଦ୍ଧତି ଏବଂ ଏସବିଆଇର କ୍ରେଡିଟ୍ କାର୍ଡ ନିୟମରେ ପରିବର୍ତ୍ତନ ଅନ୍ତର୍ଭୁକ୍ତ । ତେବେ ମାସ ଆରମ୍ଭରୁ ଜାଣିରଖନ୍ତୁ କେଉଁ ନିୟମଗୁଡ଼ିକ ଖୁବଶୀଘ୍ର ବଦଳିବାକୁ ଯାଉଛି ।

ଏନପିଏସ ଆକାଉଣ୍ଟକୁ ଲଗ୍ ଇନ୍ କରିବାପାଇଁ ଟୁ ଫ୍ୟାକ୍ଟର୍ ଭେରିଫିକେଶନ କରିବାକୁ ପଡିବ । ପେନସନ ପାଣ୍ଠି ନିୟାମକ ଏବଂ ବିକାଶ ପ୍ରାଧିକରଣ (PFRDA) ଏନପିଏସ ସବସ୍କ୍ରାଇବର୍ସଙ୍କୁ ସାଇବର ଠକାମିରୁ ସୁରକ୍ଷା ଦେବା ପାଇଁ ଏହାର ଲଗଇନ୍ ସିଷ୍ଟମରେ ପରିବର୍ତ୍ତନ କରିଛି । ଏବେ ଏନପିଏସ ଆକାଉଣ୍ଟକୁ ଲଗ୍ ଇନ୍ କରିବାକୁ, ଏନପିଏସ ଆକାଉଣ୍ଟ୍ ଧାରକମାନଙ୍କୁ ଉପଭୋକ୍ତା ଆଇଡି ଏବଂ ପାସୱାର୍ଡ ସହିତ ଆଧାର ସହିତ ସଂଯୁକ୍ତ ମୋବାଇଲ୍ ନମ୍ବର ମଧ୍ୟ ଆବଶ୍ୟକ ପଡିବ । ଏହି ନିୟମ ଏପ୍ରିଲ ୧, ୨୦୨୪ରୁ କାର୍ଯ୍ୟକାରୀ ହେବ ।

ସେହିପରି ଏସବିଆଇ କ୍ରେଡିଟ କାର୍ଡଧାରୀଙ୍କ ପାଇଁ ଏକ ରହିଛି ଏକ ଖରାପ ଖବର । ବର୍ତ୍ତମାନ ରେଣ୍ଟ ପେମେଣ୍ଟ ଉପରେ ମିଳୁଥିବା ରିୱାର୍ଡ ପଏଣ୍ଟ ଗୁଡିକୁ ୧ ଏପ୍ରିଲରୁ ବନ୍ଦ କରିଦିଆଯିବ । ଏହି ସୁବିଧା SBI ର AURUM, SBI Card Elite, SBI Card Pulse, SBI Card Elite Advantage ଏବଂ SimplyCLICK କ୍ରେଡିଟ୍ କାର୍ଡରେ ବନ୍ଦ ହୋଇଯିବ । ଅନ୍ୟପଟେ ୟେସ ବ୍ୟାଙ୍କ ନୂତନ ଆର୍ଥିକ ବର୍ଷରେ ଏହାର କ୍ରେଡିଟ କାର୍ଡ ଧାରକମାନଙ୍କୁ ଉପହାର ଦେବାର ନିଷ୍ପତ୍ତି ନେଇଛି । ବର୍ତ୍ତମାନ ଗ୍ରାହକମାନେ ଅତି କମରେ ଜଣଙ୍କୁ ୧୦,୦୦୦ଟଙ୍କା ପର୍ଯ୍ୟନ୍ତ ଡୋମେଷ୍ଟିକ ଏୟାରପୋର୍ଟ ଲାଉଞ୍ଜର ମାଗଣା ସୁବିଧା ମିଳିପାରିବ । ଏହି ନୂତନ ନିୟମ ଏପ୍ରିଲ ୧, ୨୦୨୪ରୁ କାର୍ଯ୍ୟକାରୀ ହେବ ।

ସେପଟେ ଆଇସିଆଇସିଆଇ ବ୍ୟାଙ୍କ ମଧ୍ୟ ଏହାର କ୍ରେଡିଟ କାର୍ଡର ନିୟମ ପରିବର୍ତ୍ତନ କରିବାକୁ ଯାଉଛି । ଏପ୍ରିଲ୍ ୧, ୨୦୨୪ ଠାରୁ, ଗ୍ରାହକମାନେ ୩୫,୦୦୦ ଟଙ୍କା ରୁ ଅଧିକ ଟଙ୍କା କ୍ରେଡିଟ କାର୍ଡ ମାଧ୍ୟମରେ ଖର୍ଚ୍ଚ କରନ୍ତି ତେବେ କମ୍ପ୍ଲିମେଣ୍ଟାରୀ ଏୟାରପୋର୍ଟ ଲାଉଞ୍ଜ ମାଗଣା ସୁବିଧା ପାଇପାରିବେ । ସେହିପରି ଓଲା ମନି ଏପ୍ରିଲ୍ ୧, ୨୦୨୪ରୁ ଏହାର ୱାଲେଟ୍ ନିୟମ ପରିବର୍ତ୍ତନ କରିବାକୁ ଯାଉଛି । କମ୍ପାନୀ ଏହାର ଗ୍ରାହକମାନଙ୍କୁ ଏସଏମଏସ ପଠାଇ ସୂଚନା ଦେଇଛି ଯେ ଏହା ଛୋଟ PPI (ପ୍ରିପେଡ୍ ପେମେଣ୍ଟ ଇନଷ୍ଟ୍ରୁମେଣ୍ଟ) ୱାଲେଟ ସେବାର ସୀମାକୁ ୧୦,୦୦୦ ଟଙ୍କାକୁ ବୃଦ୍ଧି କରିବାକୁ ଯାଉଛି।

 

Comments are closed.