Latest Odisha News

BREAKING NEWS

ରାଷ୍ଟ୍ରପତିଙ୍କ ଝିଅ ମୟୁରଭଞ୍ଜରୁ ବିଜେପି ପ୍ରାର୍ଥୀ !

ନୂଆଦିଲ୍ଲୀ: ଦିଲ୍ଲୀରେ ଓଡ଼ିଶା ଲୋକସଭା ପ୍ରାର୍ଥୀ ଫାଇନାଲ କରୁଛି ବିଜେପି । ଦଳର କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକରେ ବିଚାରବିମର୍ଶ ହୋଇଛି । ଏଥର ମୟୂରଭଞ୍ଜରେ ପ୍ରାର୍ଥୀ ବଦଳେଇପାରେ ବିଜେପି । କେନ୍ଦ୍ର ମନ୍ତ୍ରୀ ବିଶ୍ୱେଶ୍ୱର୍ ତୁଡୁଙ୍କ ସ୍ଥାନରେ ନୂଆ ମୁହଁ ଦେଖିବାକୁ ମିଳିପାରେ । ଚର୍ଚ୍ଚାରେ ଅଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଝିଅ ଇତିଶ୍ରୀ ମୁର୍ମୁ । ତାଙ୍କୁ ମୟୂରଭଞ୍ଜରେ ଟିକେଟ ଦେବାକୁ ବିଚାର ଚାଲିଥିବା କୁହାଯାଉଛି । ଯଦିଓ ଏନେଇ ରାଜ୍ୟ ବିଜେପି କି ଦଳୀୟ ନେତା କେହି କିଛି ପ୍ରତିକ୍ରିୟା ଦେଇ ନାହାନ୍ତି । ରାଷ୍ଟ୍ରପତି ଯେତେବେଳେ ଓଡ଼ିଶା ଆସିଛନ୍ତି ତାଙ୍କ ସହ ଆସିଛନ୍ତି ଝିଅ ଇତିଶ୍ରୀ । ସବୁବେଳେ ମାଆଙ୍କ ସହ ଅଛନ୍ତି । ତାଙ୍କୁ ବିଜେପି ପ୍ରାର୍ଥୀ କଲେ ଉତ୍ତର ଓଡ଼ିଶାରେ ଦଳୀୟ ନେତା, କର୍ମୀ ଓ ଭୋଟରଙ୍କୁ ଏକ ବଡ଼ ବାର୍ତ୍ତା ଯିବ । ଜନଜାତି ବର୍ଗକୁ ପ୍ରତିନିଧିତ୍ଵ କରୁଛନ୍ତି ଇତିଶ୍ରୀ।

୨୦୧୧ ଜନଗଣନା ଅନୁଯାୟୀ, ରାଜ୍ୟର ମୋଟ ଜନସଂଖ୍ୟାର ୨୨ ପ୍ରତିଶତ ଆଦିବାସୀ ସମ୍ପ୍ରଦାୟର ଅଟନ୍ତି । ମଧ୍ୟପ୍ରଦେଶ ଓ ମହାରାଷ୍ଟ୍ର ପରେ ଓଡ଼ିଶାରେ ଆଦିବାସୀଙ୍କ ଜନସଂଖ୍ୟା ଅଧିକ । ଦ୍ରୌପଦୀ ମୂର୍ମୁଙ୍କୁ ଦେଶର ସର୍ବୋଚ୍ଚ ପଦ ପାଇଁ ମନୋନୀତ କରି ବିଜେପି ଆଦିବାସୀଙ୍କ ପ୍ରତି ଥିବା ସମର୍ଥନକୁ ଦର୍ଶାଇଥିଲା । ତାଙ୍କ ଝିଅକୁ ମୟୂରଭଞ୍ଜରୁ ପ୍ରାର୍ଥୀ କଲେ ଗୋଟିଏ ବଡ଼ ବାର୍ତ୍ତା ଯିବ ।

୨୦୧୯ ବିଧାନସଭା ନିର୍ବାଚନରେ ୩୩ଟି ଆଦିବାସୀ ଆସନରୁ ବିଜେପି ୧୧ଟିରେ ଜିତିଥିଲା । ବିଜେଡି ଖାତାରେ ପଡ଼ିଥିଲା ୨୦ଟି ସିଟ୍। ସେହିପରି ସଂରକ୍ଷିତ ୫ଟି ଲୋକସଭା ଆସନରୁ ବିଜେପି ଓ ବିଜେଡି ୨ଟି ଲେଖାଏରେ ବିଜୟୀ ହୋଇଥିଲ । ସେହିପରି ରାଜ୍ୟର ୩୫ଟି ବିଧାନସଭା ଓ ୭ଟି ଲୋକସଭା ନିର୍ବାଚନ ମଣ୍ଡଳୀରେ ଆଦିବାସୀ ଭୋଟରଙ୍କ ସଂଖ୍ୟା ୧୫ ପ୍ରତିଶତରୁ ଅଧିକ । ଅର୍ଥାତ୍ ସେମାନେ ଅତି କମରେ ଅଧା ଲୋକସଭା ଓ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛନ୍ତି । ଏହି ଗଣିତ ଦେଖିଲେ ରାଷ୍ଟ୍ରପତିଙ୍କ ଝିଅ ଇତିଶ୍ରୀ ମୂର୍ମୁଙ୍କୁ ବିଜେପି ଟିକେଟ ଦେଲେ ଫାଇଦାରେ ରହିବ ।

Leave A Reply

Your email address will not be published.