Latest Odisha News

BREAKING NEWS

ସ୍ଵର୍ଗଦ୍ଵାର ଆପ୍ ଲୋକାର୍ପିତ: ସହଜରେ ହୋଇପାରିବ ଶବଦାହ ପାଇଁ ରେଜିଷ୍ଟ୍ରେସନ୍

ପୁରୀ: ସ୍ଵର୍ଗଦ୍ଵାର ରୁପାନ୍ତିକରଣ ରେ ଆଉ ଏକ ଫର୍ଦ୍ଦ ଯୋଡ଼ି ହୋଇଛି । ଏଣିକି ସହଜରେ ସ୍ୱର୍ଗଦ୍ୱାରରେ ହୋଇ ପାରିବ ଶବଦାହ ପାଇଁ ରେଜିଷ୍ଟ୍ରେସନ୍ । ସେନେଇ ଲୋକାର୍ପିତ ହୋଇଛି ସ୍ୱର୍ଗଦ୍ୱାର ଆପ୍ । ଶୁକ୍ରବାର ସନ୍ଧ୍ୟାରେ ସ୍ୱର୍ଗଦ୍ୱାର ପରିସରରେ ‘ସ୍ୱର୍ଗଦ୍ୱାର ମୋବାଇଲ ଆପ୍’ ଲୋକାର୍ପଣ କରିଛନ୍ତି ପୁରୀ ଜିଲ୍ଲାପାଳ ବିଜୟ କୁମାର ଦାଶ । ସ୍ୱର୍ଗଦ୍ୱାରକୁ ଆସୁଥିବା ମୃତଦେହ ସଂଖ୍ୟା ବଢୁଥିବାରୁ ଏଣିକି ସହଜରେ ରେଜିଷ୍ଟ୍ରେସନ୍ ହୋଇପାରିବ ବୋଲି କହିଛନ୍ତି ଜିଲ୍ଲାପାଳ ।

ଦୂର ଦୁରାନ୍ତରୁ ଶବ ସଂସ୍କାର କରିବା ପାଇଁ ଆସୁଥିବା ବ୍ୟକ୍ତିମାନେ ଏହି ମୋବାଇଲ୍ ଆପ୍ ମାଧ୍ୟମରେ ସାହାଯ୍ୟ ପାଇପାରିବେ । ଆପ୍ ରେ ଓଡ଼ିଆ, ହିନ୍ଦୀ ଓ ଇଂରାଜୀ, ତିନିଟି ଭାଷାରେ ସୂଚନା ମିଳିପାରିବ । ଯାହା ଲୋକଙ୍କ ପାଇଁ ସୁବିଧାଜନକ ହେବ । ସ୍ୱର୍ଗଦ୍ୱାରକୁ ଶବ ଆଣିବାର ଯଥେଷ୍ଟ ପୂର୍ବରୁ ଆଗୁଆ ପଞ୍ଜିକରଣ କରିହେବ ଏହି ନୂଆ ଆପ୍ ରେ ।

ଏହି ଅବସରରେ ଭାରତୀୟ ଷ୍ଟେଟ ବ୍ୟାଙ୍କ ମେନ୍ ବ୍ରାଞ୍ଚ ପୁରୀ ଶାଖା ତରଫରୁ ସ୍ଵର୍ଗଦ୍ଵାର ସେବା ସମିତିକୁ ଏକ ହାଇଡ୍ରୋଲିକ ଟ୍ରାକ୍ଟର ଡାଲା ପରିବହନ ସେବା ପାଇଁ ପ୍ରଦାନ କରାଯାଇଥିଲା । ସ୍ୱର୍ଗଦ୍ବାର ସେବା ସମିତି ପରିଚାଳନା କମିଟି ସଦସ୍ୟ ସିଦ୍ଧାର୍ଥ ରାୟ, ଷ୍ଟେଟ ବ୍ୟାଙ୍କ ମେନ୍ ବ୍ରାଞ୍ଚ ମୁଖ୍ୟ ପ୍ରବନ୍ଧକ ବିଜୟ କୁମାର ଶତପଥୀ, ସୂଚନା ଲୋକସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ ଓ ଜିଲ୍ଲା ସଂସ୍କୃତି ଅଧିକାରୀ ହେମନ୍ତ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.