Latest Odisha News

BREAKING NEWS

ଆସନ୍ତା ୧୬ରେ ଦେଶବ୍ୟାପୀ ହରତାଳ  

ଭୁବନେଶ୍ୱର: ଫେବ୍ରୁଆରୀ ୧୬ରେ ଦେଶବ୍ୟାପୀ ହରତାଳ, ଗ୍ରାମୀଣ ଭାରତ ବନ୍ଦ ଓ ଶିଳ୍ପ ଧର୍ମଘଟ ଡାକରା ଦିଆଯାଇଛି । କେନ୍ଦ୍ର ସରକାରଙ୍କ ଜନ ବିରୋଧୀ ଶ୍ରମିକ ଓ କୃଷକ ମାରଣ ନୀତିକୁ ବିରୋଧ କରି ସଂଯୁକ୍ତ କିଷାନ ମୋର୍ଚ୍ଚା, ଟ୍ରେଡ ୟୁନିଅନ ମିଳିତ ମଞ୍ଚ ଓ ସ୍ଵାଧୀନ ଫେଡେରେସନ ସମୂହ ପକ୍ଷରୁ ଏହି ଡାକରା ଦିଆଯାଇଛି ।

ଶ୍ରମିକ, କୃଷକ ଓ ଟ୍ରେଡ୍ ୟୁନିଅନ ଗୁଡ଼ିକର ରାଜ୍ୟ ନେତୃବୃନ୍ଦ ପକ୍ଷରୁ ଆଜି ଭୁବନେଶ୍ଵରରେ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇଛି । ଏହି ଆନ୍ଦୋଳନକୁ ସଫଳ କରିବା ସହ ବିଜେପି ନୀତିକୁ ବିରୋଧ କରୁଥିବା ଦେଶର ସମସ୍ତ ରାଜନୈତିକ ଦଳ, ଯୁବଗୋଷ୍ଠୀ, କୃଷକ ଓ ଶ୍ରମିକଙ୍କୁ ଆହ୍ୱାନ ଦିଆଯାଇଛି । ଏହାସହ ବିଜେପି ଶାସନ କାଳରେ ଦେଶରେ ଦରଦାମ ଢେର ବଢ଼ିଛି । ଧର୍ମ, ଜାତି ଓ ସାମାଜିକ ଉତ୍ପୀଡନ ବୃଦ୍ଧି ପାଇଛି । ଶ୍ରମିକ ଓ କୃଷକଙ୍କୁ ସରକାର କୁଠାରଘାତ କରିଛନ୍ତି ବୋଲି ଅଭିଯୋଗ କରିଛନ୍ତି ।

ତେଣୁ ଶ୍ରମିକ ବିରୋଧୀ ୪ଟି ଶ୍ରମ କୋଡ୍ ବାତିଲ, ମାସିକ ସର୍ବନିମ୍ନ ମଜୁରୀକୁ ୨୬ ହଜାର ଟଙ୍କା ଧାର୍ଯ୍ୟ କରିବା, ପୁରୁଣା ପେନସନ ଲାଗୁ, କୃଷିଜାତ ସାମଗ୍ରୀର MSP ବୃଦ୍ଧି, ମନରେଗା ଅଧୀନରେ ବାର୍ଷିକ ୨୦୦ ଦିନର କାମ ଓ ୬୦୦ ଟଙ୍କା ମଜୁରୀ ଭଳି ୨୧ଟି ଦାବି ନେଇ ଦେଶବ୍ୟାପୀ ଏହି ଗ୍ରାମୀଣ ଭାରତ ବନ୍ଦ, ହରତାଳ ଓ ଶିଳ୍ପ ଧର୍ମଘଟ ଡାକରା ଦିଆଯାଇଛି ।

Leave A Reply

Your email address will not be published.