Latest Odisha News

ଓଡ଼ିଆ ଫିଲ୍ମ ‘ଲଭ୍ ଇନ୍ ଲଣ୍ଡନ’ ର ପ୍ରି-ରଜ ସେଲିବ୍ରେସନ

ଭୁବନେଶ୍ୱର: ରଜ ଅବସରରେ ତଥା ଜୁନ୍ ୧୩ ତାରିଖରେ ମୁକ୍ତିଲାଭ କରିବାକୁ ଯାଉଛି ଓଡ଼ିଆ ଫିଲ୍ମ “ଲଭ ଇନ ଲଣ୍ଡନ’ । ଏଥିରେ ଅଭିନେତା ଅନୁଭବ ମହାନ୍ତି ମୁଖ୍ୟ ଭୂମିକାରେ ଅଭିନୟ କରିଥିବା ବେଳେ ତାଙ୍କ ବିପକ୍ଷରେ ନାୟିକା ସାଜିଛନ୍ତି ସ୍ୱପ୍ନା ପ୍ରିୟଦର୍ଶିନୀ ଓ ସୌମ୍ୟା ସଚ୍ଚଦେବା । ଏଥିରେ ବୈଦ୍ୟନାଥ ଦାଶ, ଅସଦ ନିଜାମ, ଡ଼ଃ ବିନୟ ରଥ ଏବଂ ସୋମେଶ ଶତପଥି ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି । ଦୀର୍ଘ ୬ ବର୍ଷ ପରେ ରଜରେ ଅନୁଭବ ମହାନ୍ତିଙ୍କ ଫିଲ୍ମ ଆସୁଥିବାରୁ ଏହାକୁ ଦେଖିବାକୁ ଲୋକେ ଖୁବ୍ ଉତ୍ସାହିତ ଅଛନ୍ତି ।

ଏହି ଫିଲ୍ମର ପ୍ରି-ରଜ ସେଲିବ୍ରେସନ ସୋମବାର ସ୍ଥାନୀୟ ଉତ୍କଳ କନିକା ଗ୍ୟାଲେରିଆଠାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଅନୁଭବ ମହାନ୍ତି, ଦୁଇ ନବାଗତ ନାୟିକା ସ୍ୱପ୍ନା ପ୍ରିୟଦର୍ଶିନୀ ଓ ସୌମ୍ୟା ସଚ୍ଚଦେବା , କଣ୍ଠଶିଳ୍ପୀ ଅସୀମା ପଣ୍ଡା, ହ୍ୟୁମାନ ସାଗର, କୁଲଦୀପ ପଟ୍ଟନାୟକ,ନିର୍ଦ୍ଦେଶକ ତାପସ ସରଘରିଆ, ଦେବାଶିଷ ପଣ୍ଡା, କ୍ରିଏଟିଭ୍ ହେଡ୍ ପ୍ରଣୟ ଜେଠୀ ପ୍ରମୁଖ ଉପସ୍ଥିତ ଥିଲେ । ରଜ ପ୍ରି-ସେଲିବ୍ରେସନରେ କଣ୍ଠଶୀଳ୍ପିମାନେ ଫିଲ୍ମର ଗୀତଗୁଡିକୁ ଦର୍ଶକଙ୍କ ସାମ୍ନାରେ ପରିବେଷଣ କରିଥିଲେ । ଅନୁଭବ କହିଥିଲେ ଯେ, ରଜ ଆମ ଓଡ଼ିଶା ମାଟିର ଗଣ ପର୍ବ । ତେଣୁ ଆମେ ପ୍ରୟାସ କରିଛୁ ଭଲ ସ୍ୱାଦର ଫିଲ୍ମ ଆପଣମାନଙ୍କୁ ଭେଟି ଦେବା ପାଇଁ । ନିକଟସ୍ଥ ପ୍ରେକ୍ଷାଳୟକୁ ସପରିବାର ଯାଇ ଫିଲ୍ମ ଦେଖିବାକୁ କହିଥିଲେ ।

ଏହି ଫିଲ୍ମ ଗତ ୯ ତାରିଖରେ ରିଲିଜ୍ ହେବାର ଥିଲା । ହେଲେ ବାହାନଗା ଟ୍ରେନ ଟ୍ରଜେଡି ରେ ପୀଡିତଙ୍କୁ ସମ୍ମାନ ଜଣାଇ ଏହାକୁ ୧୩ ତାରିଖକୁ ଘୁଞ୍ଚାଇ ଦିଆଯାଇଥିଲା । ଆଉ ଫିଲ୍ମର ଲାଭାଂଶର ୧୦ ଭାଗ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ପ୍ରଦାନ କରିବାକୁ ପ୍ରଯୋଜନା ସଂସ୍ଥା ନିଷ୍ପତ୍ତି ନେଇଛି ।

Comments are closed.