Latest Odisha News

BREAKING NEWS

କ୍ରିକେଟ ଅଷ୍ଟ୍ରେଲିଆ ମୁଖ୍ୟଙ୍କ ବୟାନ ପରେ କ୍ଷୀଣ ହେଲା ଟି୨୦ ବିଶ୍ୱକପ ଆଶା

ମେଲବୋର୍ଣ୍ଣ: କ୍ରିକେଟ ଅଷ୍ଟ୍ରେଲିଆ ମୁଖ୍ୟ ଇରଲ ଇଡିଙ୍ଗସଙ୍କ ବୟାନ ପରେ ଚଳିତ ବର୍ଷ ହେବାକୁ ଥିବା ଟି୨୦ବିଶ୍ୱକପ କ୍ରିକେଟ ଆଶା କ୍ଷୀଣ ହୋଇଛି । କରୋନା ମହାମାରୀ ଲଢ଼େଇ ସମୟରେ ୧୬ ଟିମକୁ ଆଣି ମ୍ୟାଚ ଖେଳାଇବା ଅବାସ୍ତବ । ଭବିଷ୍ୟତ କଥା ଚିନ୍ତା କରି ପଦକ୍ଷେପ ନେବାକୁ ପଡିବ ବୋଲି ଇଡିଙ୍ଗସ କହିଛନ୍ତି ।

ସବୁ ପ୍ରକାର ଚେଷ୍ଟା କଲେ ମଧ୍ୟ ଚଳିତ ବର୍ଷ ଏହା ଆୟୋଜିତ ହୋଇପାରିବ ମୁଁ ଭାବି ପାରୁ ନାହିଁ ବୋଲି ସେ କହିଛନ୍ତି । କିଛି କଠୋର ନିଷ୍ପତି ନେବାକୁ ପଡିବ ବୋଲି ସେ କହିଛନ୍ତି । ତାଙ୍କର ଏହି ବୟାନ ପରେ ଟି୨୦ ବିଶ୍ୱକପ ଏ ବର୍ଷ ଆୟୋଜନ ହେବା ନେଇ ସନ୍ଦେହ ଉପୁଜିଛି ।

Leave A Reply

Your email address will not be published.