Latest Odisha News

ଉଦ୍ଘାଟିତ ହେଲା ଏମଜିଏମ କ୍ରୀଡା ବିଦ୍ୟାଳୟର କ୍ରିକେଟ୍ ଇନଡୋର ହଲ୍

କଟକ: ଉଦ୍ଘାଟିତ ହୋଇଯାଇଛି କଟକ ଗୁରୁଡିଝାଟିଆ ଏମଜିଏମ କ୍ରୀଡା ବିଦ୍ୟାଳୟର କ୍ରିକେଟ୍ ଇନଡୋର ହଲ୍ । ଭାରତୀୟ କ୍ରିକେଟ ଟିମ୍ ପୂର୍ବତନ ଇଣ୍ଟରନ୍ୟାସନାଲ କ୍ରିକେଟର ତଥା ପୂର୍ବତନ ବୋଲିଂ କୋଚଙ୍କ ଦ୍ବାରା ବୁଧବାର ଅପରାହ୍ଣରେ ଏହା ଉଦ୍ଘାଟିତ ହୋଇଯାଇଛି । ଏହା ସହିତ ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ ସଚିବ ସଞ୍ଜୟ ବେହେରା, ପୂର୍ବତନ ଇଣ୍ଟରନ୍ୟାସନାଲ କ୍ରିକେଟର ଭେଙ୍କଟାପାଥୀ ରାଜୁ, ଭାରତୀୟ ଟିମର ପୂର୍ବତନ ଫିଲ୍ଡିଂ କୋଚ୍ ଆର ଶ୍ରୀଧରଙ୍କ ସମେତ ଏମଜିଏମ ସ୍କୁଲର ସମସ୍ତ ସଦସ୍ୟ ବୃନ୍ଦ ଉପସ୍ଥିତ ରହିଥିଲେ ।

ତେବେ ୩.୫ କୋଟି ବ୍ୟୟ ଅଟକଳରେ ତିଆରି ହୋଇଥିବା ଏହି ଇନଡୋର ହଲ୍ ପ୍ରକଳ୍ପ କ୍ରୀଡାବିତମାନଙ୍କୁ ଆଧୁନିକ ଖେଳ କୌଶଳର ସ୍ବାଦ ଚଖାଇବ । ଏହି ସ୍କୁଲ କ୍ରିକେଟ୍ ପାଇଁ ଏକ ସେଣ୍ଟର ଅଫ୍ ଏକ୍ସଲେନ୍ସ ପ୍ରତିଷ୍ଠା କରିଛି | ଯାହା ଆଗାମୀ ଦିନରେ ଓଡିଶାରୁ ନୂଆ ନୂଆ ଦକ୍ଷ କ୍ରିକେଟର ବାହାରିବାରେ ସାହାର୍ଯ୍ୟ କରିବା । ଏଥିରେ ଖେଳ ଉପରେ ରୁଚି ରଖିଥିବା ପିଲାଙ୍କ ପାଇଁ ସମସ୍ତ ପ୍ରକାର ଆଧୁନିକ ଜ୍ଞାନ କୌଶଳ ଲଗାଇ ପରିସର ପ୍ରସ୍ତୁତ କରାଯାଇଛି ।

ଏହି ହଲର ଖେଳ ପୃଷ୍ଠଟି ୧୨୦’X ୮୦’କେନ୍ଦ୍ର ସହିତ ୨୫’ ଉଚ୍ଚତା ବିଶିଷ୍ଟ ନିର୍ମାଣ କରାଯାଇଛି । ଏଥିସହିତ ଏହି ହଲରେ ୬ଟା ଲେନ୍ ବକ୍ସ ଅଭ୍ୟାସ ପାଇଁ ପ୍ରସ୍ତୁତ କରାଯାଇଛି । ଯେଉଁଥିରେ ୪ଟି ପେସରଙ୍କ ପାଇଁ ଓ ଦୁଇଟି ସ୍ପିନରଙ୍କ ପାଇଁ ପ୍ରସ୍ତୁତ କରାଯାଇଛି । ଏହା ସହିତ ଏଠି ଖେଳାଳୀଙ୍କ ବ୍ୟାୟାମ ପାଇଁ ଏକ ଜିମ ମଧ୍ୟ କରାଯାଇଛି  । ଖାଲି ସେତିକି ନୁହେଁ

ଯେକୌଣସି ଆଘାତ ଲାଗିଲେ ଏହାର ଉପଶମ ପାଇଁ ଏକାଡେମୀ ଏକ ପୁନର୍ବାସ ଚିକିତ୍ସା କେନ୍ଦ୍ରକୁ ମଧ୍ୟ ଅନ୍ତର୍ଭୁକ୍ତ କରାଯାଇଛି । ଯାହା ହେବ |

ଅଭିଜ୍ଞ ଡାକ୍ତରଙ୍କ ଦ୍ୱାରା ପରିଚାଳିତ ଅଟେ | ଏହା ସହିତ, ଷ୍ଟୋର ସେକସ୍ସନ, ଅଭିଭାବକ ବସିବା ଲାଉଞ୍ଜ, କାଫେରିଆ ମଧ୍ୟ ରହିଛି । ପ୍ରଥମ ମହଲାରେ, ଖେଳାଳୀ ମାନଙ୍କୁ ସ୍ବତନ୍ତ୍ର ପ୍ରେରଣା ଦେବା ପାଇଁ ଏକ ରୁମ୍ ମଧ୍ୟ ରହିଛି । ଯାହା ଖେଳାଳୀଙ୍କୁ ନିଜ ମନର ସ୍ଥିତିକୁ ବଜାୟ ରଖିବାରେ ସାହାର୍ଯ୍ୟ କରିବ ।

Leave A Reply

Your email address will not be published.