Latest Odisha News

BREAKING NEWS

ହରଭଜନ ଓ ଶ୍ରୀସନ୍ଥଙ୍କ ଚାପୁଡା କାଣ୍ଡ

କ୍ରିକେଟ ପଡିଆରେ ମ୍ୟାଚ ଅବସରରେ ଅନେକଥର ଖେଳାଳିଙ୍କ ମତଭେଦ ସମ୍ମୁଖକୁ ଆସିଥାଏ । ଇଣ୍ଡିଆନ ପ୍ରିମିୟର ଲିଗ ପ୍ରଥମ ସଂସ୍କରଣରେ ଏସ.ଶ୍ରୀସନ୍ଥ ଓ ହରଭଜନ ସିଂଙ୍କ ଚାପୁଡା କାଣ୍ଡ ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟଚକିତ କରିଥିଲା । ୨୦୦୮ରେ କିଙ୍ଗସ ଇଲେଭନ ପଞ୍ଜାବ ପକ୍ଷରୁ ହରଭଜନ ଓ ମୁମ୍ବାଇ ପକ୍ଷରୁ ଶ୍ରୀସନ୍ଥ ଖେଳୁଥିଲେ । ଏହି ମ୍ୟାଚରେ ପଞ୍ଜାବ ୬୬ ରନରେ ମୁମ୍ବାଇକୁ ପରାସ୍ତ କରିଥିଲା । ମ୍ୟାଚ ପରେ ଉଭୟ ଦଳର ଖେଳାଳିମାନେ ପରସ୍ପରକୁ ହାତ ମିଳାଉଥିବା ବେଳେ ହଠାତ ଶ୍ରୀସନ୍ଥ କାନ୍ଦି କାନ୍ଦି ଆସୁଥିବା ଦେଖିବାକୁ ମିଳିଥିଲା । କେହି କିଛି ବୁଝି ପାରୁ ନ ଥିଲେ ଯେ, ସେ କାନ୍ଦୁଛନ୍ତି କାହିଁକି ।

କିଛି ସମୟ ପରେ ଖବର ହସ୍ତଗତ ହୋଇଥିଲା ଯେ, ହରଭଜନ ତାଙ୍କୁ ଚାପୁଡା ମାରିଛନ୍ତି । ପଞ୍ଜାବ ଅଧିନାୟକ ଯୁବରାଜ ସିଂ ମଧ୍ୟ ଏହି ଘଟଣାରେ ଅସନ୍ତୋଷ ବ୍ୟକ୍ତ କରିଥିଲେ । ପରେ ଶ୍ରୀସନ୍ଥ ମିଡିଆ ଆଗରେ କହିଥିଲେ ଯେ, ହରଭଜନ ତାଙ୍କୁ ଚାପୁଡା ମାରି ନାହାନ୍ତି । ସେ ମୋ ବଡ ଭାଇ ପରି ହେବେ । ଏହା ପରଦିନ ମ୍ୟାଚ ରେଫରି ଫାରୁଖ ଇଞ୍ଜିନିୟର ସ୍ପଷ୍ଟ କରିଥିଲେ ଯେ, ଶ୍ରୀସନ୍ଥଙ୍କ ଉପରେ ହରଭଜନ ହାତ ଉଠାଇଛନ୍ତି । ଭଜି ୨୦୦୮ର ବାକିତକ ମ୍ୟାଚରୁ ବାସନ୍ଦ କରି ଦିଆଯାଇଥିଲା ।

ଆଇପିଏଲ କମିଶନର ସୁଧୀର ନାନାବଟି ବିସିସିଆଇକୁ ତଦନ୍ତ ରିପୋର୍ଟ ଦେବା ପରେ ତାଙ୍କୁ ୫ଟି ଦିନିକିଆରୁ ବାସନ୍ଦ କରାଯାଇଥିଲା । କିଛି ବର୍ଷ ପରେ ହରଭଜନ ତାଙ୍କ ଦୋଷ ସ୍ୱୀକାର କରିଥିଲେ । ତେବେ ଶ୍ରୀସନ୍ଥ ଅଧିକ ନାଟକ କରିବାରୁ କଥା ବେଶି ପ୍ରଘଟ ହୋଇଥିଲା । ମୁଁ ତାଙ୍କୁ ଚାପୁଡା ମାରି ନ ଥିଲି । ତେବେ ସେ ଯାହା ବି ହେଉ ଭୁଲ ମୋର ଥିଲା ।

Leave A Reply

Your email address will not be published.